ବିଜୁ ଜନତା ଦଳରୁ ବହିଷ୍କାର ପରେ ବି ପାରାଦୀପ ବିଧାୟକ ଦାମବାବୁଙ୍କ ପିଛା ଛାଡୁନାହାଁନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ଆଜି ପୁଣି ଦୁଇ ଜଣଙ୍କ ଭିତରେ ତୁତୁ ମେ ମେ ଲାଗି ରହିଛି । ଦାମ ଆକ୍ଷେପ କରି ବିଷ୍ଣୁଙ୍କୁ କଟାକ୍ଷ କରୁଥିବାବେଳେ ବିଷ୍ଣୁ ମଧ୍ୟ ଦାମଙ୍କୁ ପ୍ରତିଜବାବ ଦେଉଛନ୍ତି । ଦୁଇ ଜଣଙ୍କ କଳି ରାଜ୍ୟ ରାଜନୀତିକୁ ମନୋରଞ୍ଜନର ଖୋରାକ ଯୋଗାଇଛି ।
ବିଷ୍ଣୁ ଜଣେ ଘୃଣିତ, ଦୁର୍ନୀତି ଗ୍ରସ୍ତ, ନଷ୍ଟ ଚରିତ୍ରର ଲୋକ । ବିଷ୍ଣୁ ବାର୍ଦ୍ଧକ୍ୟ ଭତ୍ତା କରାଇ ଦେବା ପାଇଁ ପଇସା ନିଅନ୍ତି ବୋଲି ଦାମ ରାଉତ କହିଛନ୍ତି । ଏହାର ପ୍ରତିଉତ୍ତର ଦେଇଛନ୍ତି ବିଷ୍ଣୁ । ସେ କହିଛନ୍ତି, ମୋ ଚରିତ୍ର କଣ ମୁଁ ଜାଣେ , ଓଡିଶାବାସୀ ଜାଣନ୍ତି ।
ଦାମଙ୍କ ଓଡିଶା ବୁଲିବା ମନ୍ତବ୍ୟରେ ଜବାବ ରଖିଛନ୍ତି ବିଷ୍ଣୁ । ଏହି ପ୍ରସଙ୍ଗରେ ବିଷ୍ଣୁ କହିଛନ୍ତି ଯେ, ଦାମ ବୁଲନ୍ତୁ, କିନ୍ତୁ ସେ ଆଗ ସୁନ୍ଦରଗଡ କୁତ୍ରା ଯିବେ । କୁତ୍ରାରେ ବିପୁଳ ପରିମାଣରେ ସମ୍ବର୍ଦ୍ଧିତ ହେବାପରେ ଓଡିଶା ବୁଲିବେ । ସେ ଆହୁରି ମଧ୍ୟ ଦାମଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଦାମ ହେଉଛନ୍ତି ମଲା କଙ୍କଡା, ଓଲଟିବାକୁ ବଳ ନାହିଁ । ସେ ପୁଣି ଓଡିଶା ବୁଲିବେ!

LEAVE A REPLY

Please enter your comment!
Please enter your name here