ଅକ୍ଷୟ ତୃତୀୟା ଅବସରରେ ଆଜି ଉଦଘାଟିତ ହୋଇଛି ବିଜେଡିର କାର୍ଯ୍ୟାଳୟ ଶଙ୍ଖ ଭବନ । ନୂଆ କାର୍ଯ୍ୟାଳର ଉଦଘାଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱର ୟୁନିଟ୍‌-୬ରେ ନିର୍ମିତ ବିଜୁ ଜନତା ଦଳର ୩ ମହଲା ବିଶିଷ୍ଟ ନୂଆ ଅଫିସରେ ଚାଲିଛି ସେଲିବ୍ରେସନ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ , ସାଂସଦ , ବିଧାୟକ, ଦଳର ବରିଷ୍ଠ କର୍ମକର୍ତ୍ତା ଏବଂ କର୍ମୀ ଉପସ୍ଥିତ ଥିଲେ । ଏହି ନବ ନିର୍ମିତ କାର୍ଯ୍ୟାଳୟ ଆଗରେ ରହିଛି ଏକ ବଡ ଶଙ୍ଖ ପ୍ରତିମୂର୍ତ୍ତି । ନୂଆ ଅଫିସର ପ୍ରଥମ ମହଲାରେ ଥିବା ବିରାଟ ହଲରେ ପ୍ରାୟ ୨ ହଜାର ଲୋକ ବସିପାରିବେ । ପ୍ରଥମ ମହଲାରେ ରହିଛି ପ୍ରେସ କନଫରେନ୍ସ ହଲ୍ ଓ ୨୫୦ ବିଶିଷ୍ଟ ଆସନର ଗୋଟିଏ ଅଡିଟୋରିୟମ । ଦ୍ୱିତୀୟ ମହଲାରେ ଛାମୁଆ ସଘଂଠନ ସଭାପତି ଓ ଦଳର ରାଜ୍ୟ ପଦାଧୀକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ ମଧ୍ୟ ଏଠାରେ କାମ କରିବ । ତୃତୀୟ ମହଲାରେ ଦଳର ସୁପ୍ରିମୋଙ୍କର ଦତ୍ପର ରହିଛି ।

LEAVE A REPLY

Please enter your comment!
Please enter your name here