2000 ଟଙ୍କିଆ ନୋଟ୍ ସଂପର୍କରେ ରିଜର୍ଭ ବ୍ୟାଙ୍କର ବଡ ନିଷ୍ପତ୍ତି । ବଜାରରୁ ବିଦାୟ ନେବ 2 ହଜାର ଟଙିକା ନୋଟ୍ । ତେଣୁ ଯାହା ପାଖରେ ଦୁଇ ହଜାର ଟଙ୍କିଆ ନୋଟ୍ ଅଛି, ସେମାନେ ବ୍ୟାଙ୍କ ଯାଇ ନୋଟ୍ ବଦଳାଇ ପାରିବେ । ଆସନ୍ତା 23 ତାରିଖରୁ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ନୋଟ୍ ବଦଳା ଯାଇପାରିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ତେବେ ଗୋଟିଏ ଥରରେ 20 ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥାତ ଦଶଟି 2 ହଜାର ଟଙ୍କିଆ ନୋଟ୍ ବଦଳା ଯାଇପାରିବ । ଆକାଉଣ୍ଟ ନ ଥିଲେ ମଧ୍ୟ ଜଣେ ବ୍ୟକ୍ତି ଯେକୌଣସି ବ୍ୟାଙ୍କକୁ ଯାଇ ନୋଟ ବଦଳାଇପାରିବେ । ଯଦି କୌଣସି ବ୍ୟାଙ୍କ ନୋଟ୍ ବଦଳାଇବାକୁ ରାଜି ନ ହୁଅନ୍ତି, ତେବେ ସଂପୃକ୍ତ ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କରେ ଅଭିଯୋଗ କରାଯାଇପାରିବ ।
ସୂଚନାଯୋଗ୍ୟ 2016ରେ ଦେଶରେ 2 ହଜାର ଟଙ୍କିଆ ନୋଟ୍ ବ୍ୟବହାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here