ନିଷିଦ୍ଧ ଡ୍ରଗ୍ସ ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିଥିବା ଏନସିବି ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ 25 କୋଟିର ଲାଞ୍ଚ ମାମଲା । ଆର୍ୟନଙ୍କୁ ଡ୍ରଗ୍ସ ମାମଲାରୁ ମୁକୁଳାଇବା ପାଇଁ ସମୀର ଓ୍ବାଙ୍ଖଡେ ଶାହରୁଖଙ୍କ ଠାରୁ 25 କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଛି ସିବିଆଇ । ତେବେ ତାଙ୍କ ବିରୋଧରେ ସିବିଆଇ ଲଗାଇଥିବା ଆରୋପକୁ ଖଣ୍ଡନ କରିଛନ୍ତି ଓ୍ବାଙ୍ଖଡେ । ସିବିଆଇ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ସେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଓ୍ବାଙ୍ଖଡେଙ୍କ ଆବେଦନର ବିଚାର କରି ପାଞ୍ଚଦିନ ପର୍ଯ୍ୟନ୍ତ ତାଙ୍କୁ ଗିରଫ ନ କରିବା ପାଇଁ ରିହାତି ଦେଇଛନ୍ତି ବମ୍ବେ ହାଇକୋର୍ଟ ।
2021 ଅକ୍ଟୋବର 3 ତାରିଖରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଆର୍ୟନଙ୍କୁ ନିଷିଦ୍ଧ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ ବ୍ୟୁରୋ ଅଧିକାରୀ ସମୀର ଓ୍ବାଙ୍ଖଡେ ଗିରଫ କରିଥିଲେ । ଏକ କ୍ରୁଜ ଜାହଜରେ ଡ୍ରଗ୍ସ କାରବାର ଚାଲିଥିବା ସୂଚନା ପାଇ ଏନସିବି ରେଡ୍ କରିଥିଲା । ଆର୍ୟନ ଖାନଙ୍କୁ ଗିରଫ କରିବା ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା । ଗିରଫର ତିନି ସପ୍ତାହ ପରେ ଏନସିବି ଆର୍ୟନଙ୍କ ବିରୋଧରେ କରିଥିବା ଆରୋପ ସପକ୍ଷରେ ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହେବାରୁ ବମ୍ବେ ହାଇକୋର୍ଟ ଆର୍ୟନଙ୍କୁ ଜାମିନ ମଂଜୁର କରିଥିଲେ । ଆର୍ୟନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଏନସିବି ଅଧିକାରୀ ଓ୍ବାଙ୍ଖଡେ ଅପରାଧିକ ଷଡଯନ୍ତ୍ର କରିଥିବା ଏବଂ ଶାହରୁଖ ଖାନଙ୍କ ଠାରୁ 25 କୋଟି ଲାଞ୍ଚ ନେଇଥିବା ସିବିଆଇ ଅଭିଯୋଗ କରିଛି ।
ଅନ୍ୟପକ୍ଷରେ ସିବିଆଇ ଆରୋପରୁ ମୁକୁଳିବା ପାଇଁ ସମୀର ଓ୍ବାଙ୍ଖଡେ ହାଇକୋର୍ଟଙ୍କ ନିକଟରେ ନିବେଦନ କରିଛନ୍ତି । ଶାହରୁଖ ଖାନ ଓ ତାଙ୍କ ମଧ୍ୟରେ ସେତେବେଳେ ହ୍ବାଟ୍ସଆପରେ ହୋଇଥିବା କଥାବାର୍ତ୍ତାର ଖୁଲାସା ହୋଇଛି । ।

LEAVE A REPLY

Please enter your comment!
Please enter your name here