ଶେଷରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ମିଳିଲା ଆଶ୍ବସ୍ତି । ଓଡିଶା ଛୁଇଁଛି ମୌସୁମୀ । ଆଜି ଦକ୍ଷିଣ ଓଡିଶାରେ ପ୍ରବେଶ କରିଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଛି । ଢେଙ୍କାନାଳ ଭୁବନେରେ ସର୍ବାଧିକ 70 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ 59 ମିଲିମିଟର ବର୍ଷା ହୋଇଛି । ଦୁଇଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ଲାଗି ରହିବା ଯୋଗୁ ପ୍ରଚଣ୍ଡ ତାତିରୁ ଆଶ୍ବସ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here