କଂଗ୍ରେସରେ ଚାରିଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଯୋଗ ଦେଇଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ସଭାରେ ଦଳର ପର୍ଯ୍ୟବେକ୍ଷକ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ ଜଣ ପୂର୍ବତନ ଆଇଏଏସ ଅଫିସର ଏବଂ ଦୁଇଜଣ ଓଏଏସ ଅଫିସର ସାମିଲ ହୋଇଛନ୍ତି । ଦୁଇ ପୂର୍ବତନ ଆଇଏଏସ ଅଧିକାରୀ ହେଲେ ପଞ୍ଚାନନ ଦାସ ଓ ବିଶ୍ଵନାଥ ଆଚାର୍ଯ୍ୟ । ସେହିପରି ଦୁଇଜଣ ପୂର୍ବତନ ଓଏଏସ୍ ଅଫିସର ରବୀନ୍ଦ୍ର ନାଥ ମିଶ୍ର ଓ ଉଦ୍ଧବ କର ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳରେ ଯୋଗଦେବା ପରେ ପୂର୍ବତନ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି, ସେମାନେ ଦଳ ପାଇଁ କାର୍ଯ୍ୟ କରିବେ ଏବଂ କଂଗ୍ରେସ ହିଁ ଦେଶବାସୀଙ୍କୁ ସୁଶାସନ ଦେଇପାରିବ ବୋଲି ସେମାନଙ୍କର ବିଶ୍ବାସ ରହିଛି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here