ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । ଦୁଇଦିନ ଧରି ପରସ୍ପର ବିରୋଧରେ ବର୍ଷିଲେ ସାଂସଦ । ଆକ୍ଷେପ ପ୍ରତିଆକ୍ଷେପରେ ସଂସଦ ସରଗରମ ହେଲା । ମଣିପୁରରେ ମୋଦି ସରକାର ଭାରତମାତାକୁ ହତ୍ୟା କରିଛନ୍ତି ବୋଲି ରାହୁଲଙ୍କ ବକ୍ତବ୍ୟକୁ ନେଇ ଝଡ ସୃଷ୍ଟି ହେଲା । ମାତ୍ର ଆଜି ଯେତେବେଳେ ବିତର୍କର ଶେଷ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଆରମ୍ଭ କରି ବିରୋଧୀଙ୍କ ଉପରେ ବର୍ଷିଲେ, ସେତେବେଳେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ର ସାଂସଦମାନେ କକ୍ଷ୍ୟତ୍ୟାଗ କରି ପଳେଇଲେ । ମୋଦି 2 ଘଣ୍ଟା 13 ମିନିଟ ଭାଷଣ ଦେଇ ସଂସଦ ଇତିହାସରେ ରେକର୍ଡ କଲେ । ଭାଷଣ ଅବଧି ମଧ୍ୟରୁ ମୋଦି ପ୍ରଥମ ଦେଢଘଣ୍ଟା କେବଳ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ମଣିପୁର ପ୍ରସଙ୍ଗରେ ମୋଦି କହିଛନ୍ତି, ମଣିପୁରରେ ନୂତନ ସୂର୍ଯ୍ୟୋଦୟ ହେବ ଏବଂ ଶାନ୍ତି ପ୍ରତିଷ୍ଠା ହେବ । ବିରୋଧୀଙ୍କ ଅନୁପସ୍ଥିତିରେ ବାଚନିକ ଭୋଟରେ ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି ମୋଦି । ଅବଶ୍ୟ ଅନାସ୍ଥା ଭୋଟର ଫଳାଫଳ ଆଗରୁ ଜଣାଥିବାରୁ ବିରୋଧୀ କେବଳ ବିତର୍କରେ ଭାଗ ନେଇ ସରକାରକୁ ସମାଲୋଚନା କରିବାକୁ ଚାହୁଁଥିଲେ ।

LEAVE A REPLY

Please enter your comment!
Please enter your name here