ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡିଚାଲିଛି ।ପଜିଟିଭ୍ ସଂଖ୍ୟା ବଢୁଥିବାବେଳେ ଆଜି ରାଜ୍ୟରେ ୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ । କେନ୍ଦ୍ରପଡା ଓ ବଲାଙ୍ଗୀର ଜିଲ୍ଲାରୁ ଆଜି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୯୨୬କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଆଜି ୧୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୮୧୨ ଏବଂ ଲୋକାଲ କେସ୍ ରହିଛି ୫୬୨ । ସୁନ୍ଦରଗଡରୁ ସର୍ବାଧିକ ୩୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା-୧୯୩, ନୂଆପଡା-୧୩୫, ସମ୍ବଲପୁର-୭୭, ବରଗଡ-୫୯, ଝାରସୁଗୁଡା-୫୨, କଟକ-୫୧, ରାୟଗଡା-୪୭, କଳାହାଣ୍ଡି-୪୫, ଷ୍ଟେଟ୍‌ପୁଲରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରେ ୪୪, ଅନୁଗୁଳରେ ୩୩, ଭଦ୍ରକରୁ ୩୦, ମୟୂରଭଞ୍ଜରେ ୨୬, ଯାଜପୁରରେ ୨୫, କେନ୍ଦୁଝରରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here