ବାଚସ୍ପତି ନିର୍ବାଚନକୁ ବର୍ଜନ କରିଛି ବିଜେପି । ପଶ୍ଚିମ ଓଡିଶାବାସୀ ନୂଆଁଖାଇ ପାଳନ କରୁଥିବା ବେଳେ ବାଚସ୍ପତି ନିର୍ବାଚନ ପାଇଁ ରାଜ୍ୟ ସରକାର ଡାକିଥିବା ବିଧାନସଭା ବୈଠକକୁ ବିରୋଧୀ ଦଳ ବର୍ଜନ କରିଛନ୍ତି । ଏହା ପୂର୍ବରୁ କଂଗ୍ରେସ ବାଚସ୍ପତି ନିର୍ବାଚନରେ କୌଣସି ବିଧାୟକ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିବା ସହ ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କର କୌଣସି ଆବେଗ ନାହିଁ ବୋଲି କହି ସମାଲୋଚନା କରିଥିଲା ।
ବିଧାନସଭାର ମୌସୁମୀ ଅଧିବେସନ ଅବ୍ୟବହିତ ପୂର୍ବରୁ ବାଚସ୍ପତି ନିର୍ବାଚନ ପାଇଁ ସରକାର ସମୟ ସ୍ଥିର କରିଥିଲେ । କିନ୍ତୁ ଆସନ୍ତା 20 ତାରିଖରେ ନୂଆଁଖାଇ ପଡୁଥିବାରୁ ଏବଂ ପଶ୍ଚିମ ଓଡିଶାରେ ନୂଆଁଖାଇ ପର୍ବ ଦୁଇଦିନ ଧରି ପାଳନ ହେଉଥିବାରୁ ବାଚସ୍ପତି ନିର୍ବାଚନ ପ୍ରକ୍ରିୟାରେ ବିରୋଧୀ ଦଳର କୌଣସି ବିଧାୟକ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here