ଗତକାଲି ଚାକିରୀରୁ ଭିଆରଏସ ନେଇଥିବା ଭି.କେ. ପାଣ୍ଡିୟାନଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ଶ୍ରୀ ପାଣ୍ଡିୟାନ ‘ନବୀନ ଓଡିଶା’ର ଅଧ୍ୟକ୍ଷ ଏବଂ 5ଟି ବିଭାଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଶ୍ରୀ ପାଣ୍ଡିୟାନ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ । ଏହାଦ୍ବାରା ପାଣ୍ଡିୟାନଙ୍କ ହାତରେ ପୂର୍ବଭଳି ସମସ୍ତ କ୍ଷମତା ରହିବ । ଏବଂ ଦଳୀୟ ରାଜନୀତିରେ ଜଣେ ବ୍ୟୁରୋକ୍ରାଟଙ୍କ ହସ୍ତକ୍ଷେପକୁ ବିରୋଧୀ କରି ଆସୁଥିବା କଟାକ୍ଷରେ ପୂର୍ଣ୍ଣଚ୍ଛେଦ ପଡିବ ।

LEAVE A REPLY

Please enter your comment!
Please enter your name here