ଗତକାଲି ସନ୍ଧ୍ୟାରେ ଆନ୍ଧ୍ର ଓଡିଶା ସୀମାନ୍ତରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 13 ରେ ପହଁଚିଛି I 50 ରୁ ଅଧିକ ଆହତ ଯାତ୍ରୀଙ୍କୁ ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି I ବିଶାଖାପାଟଣାରୁ ପଲାସା ଆସୁଥିବା ଟ୍ରେନକୁ ରାୟଗଡା ଆସୁଥିବା ଟ୍ରେନ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା I ଏହି ସମୟରେ ଦୁର୍ଘଟଣା ଯୋଗୁ ଲାଇନଚ୍ୟୁତ ହୋଇଥିବା ଦୁଇଟି ବଗିକୁ ଆଉ ଏକ ମାଲବାହି ଟ୍ରେନ ଧକ୍କା ଦେଇଥିଲା I ତିନୋଟି ଟ୍ରେନ ମଧ୍ୟରେ ଘଟିଥିବା ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାର କାରଣ ଖୋଜୁଛି ବିଭାଗ I ପ୍ରାଥମିକ ତଦନ୍ତରୁ ଏହା ମନୁଷ୍ୟକୃତ ଏବଂ ସିଗନାଲ ଜନିତ ବୋଲି ରେଳବାଇ ବିଭାଗ ପକ୍ଷରୁ କୁହାଯାଇଛି I

LEAVE A REPLY

Please enter your comment!
Please enter your name here