ଆଜି ବିଧାନସଭା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଳି ଭାଷାରେ ପ୍ରଶ୍ନ ପଚାରିଲେ । ମନ୍ତ୍ରୀ ପ୍ରତାପ ଦେବ ଉତ୍ତର ରଖିଥିଲେ କୋଶଳି ଭାଷାରେ । ଏପରିକି ରେଢାଖୋଲ ବିଧାୟକ ବି କୋଶଳି ଭାଷାରେ ପ୍ରଶ୍ନ ରଖିଥିଲେ । କୋଶଳି ଭାଷାରେ ବିଧାନସଭାରେ ପ୍ରଶ୍ନ ଉତ୍ତର କାର୍ଯ୍ୟ ଆମୋଦଦାୟକ ହୋଇଥିଲେ ବି ବିଧାନସଭା ବିବରଣୀ ଲିପିବଦ୍ଧ କରୁଥିବା ଅଧିକାରୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା । ବିଧାନସଭାରେ କୋଶଳି ଭାଷାରେ ବକ୍ତବ୍ୟ ରଖିବାକୁ ହେଲେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ । ଭାଷା ବ୍ୟାଖାକାରମାନେ ରହିବା ଆବଶ୍ୟକ । ମାତ୍ର ସିନେ ବିବାଦକୁ ନେଇ ଆରମ୍ଭ ହୋଇଥିବା ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିର ଝଡ ବିଧାନସଭାକୁ ପ୍ରଭାବିତ କରିଛି । ଆଗକୁ ନିର୍ବାଚନ ଆସୁଥିବାରୁ କୌଣସି ଦଳ କୋଶଳ ରାଜ୍ୟ ସପକ୍ଷବାଦୀଙ୍କ ଅସନ୍ତୋଷର ଶୀକାର ହେବାକୁ ଚାହୁଁନାହାଁନ୍ତି । ତେଣୁ ବିଧାନସଭାରେ କୋଶଳି ଭାଷାରେ ବକ୍ତବ୍ୟ ରଖି ପଶ୍ଚିମ ଓଡିଶାବାସୀଙ୍କ ମନ ଜିଣିବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here