ଇଂଜିନିୟରିଂ ପାଠ୍ୟକ୍ରମରେ ନାଁ ଲେଖାଇବା ଲାଗି ପୂର୍ବରୁ ଗଣିତ ରଖିଥିବା ବାଧ୍ୟତାମୂଳକ ନୁହେଁ । ଏକ ତୃତୀୟାଂଶ ଇଂଜିନିୟରିଂ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଗଣିତ ପଢିଥିବା ବାଧ୍ୟତାମୂଳକ ନୁହେଁ ବୋଲି ଏଆଇସିଟିଇ ପକ୍ଷରୁ ଘୋଷଣା କରାଯାଇଛି । ବିଶେଷକରି ଆର୍କିଟେକଚର, ବାୟୋଟେକ୍ନୋଲୋଜି, ଫ୍ୟାଶନ ଟେକ୍ନୋଲୋଜିରେ ଇଂଜିନିୟରିଂ କରିବା ଲାଗି ପୂର୍ବ ଶ୍ରେଣୀରେ ଗଣିତ ପଢିଥିବା ବାଧ୍ୟତାମୂଳକ ନୁହେଁ ବୋଲି ଏଆଇସିଟିଇର ୨୦୨୨-୨୩ ଗାଇଡଲାଇନ୍ ରେ ଘୋଷଣା କରାଯାଇଛି । ସେହିଭଳି କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରିକାଲ ଇଂଜିନିୟରିଂ , ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ ପାଇଁ ଦ୍ୱାଦଶ ଶ୍ରେଣୀରେ କେମେଷ୍ଟ୍ରି ବା ରସାୟନିକ ବିଜ୍ଞାନ ଇଛାଧୀନ ବିଷୟ ନୂଆଗାଇଡ ଲାଇନ୍ ରେ କରାଯାଇଛି । ନୂଆ ନିୟମାବଳୀରେ ୨୯ଟି ଡିପ୍ଳମା ଏବଂ ସ୍ନାତକ ପାଠ୍ୟକ୍ରମ ମଧ୍ୟରୁ ୧୦ଟିକୁ ଗଣିତକୁ ଇଛାଧୀନ ବିଷୟ କରାଯାଇଛି । ସେହିଭଳି କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ ଇନଫରମେସନ ଟେକ୍ନୋଲୋଜି , ବାୟୋଲୋଜି, ବାୟୋଟେକ୍ନୋଲୋଜି, ଧନ୍ଦାମୂଳକ ଶିକ୍ଷା , କୃଷି ବିଜ୍ଞାନ, ବିଜିନେସ ଷ୍ଟଡିଜ୍ ପାଠ ପଢିଥିଲେ ଏବେ ଇଂଜିନିୟରିଂ କରିପାରିବେ ବୋଲି ଏଆଇସିଟିଇର ନୂଆ ଗାଇଡଲାଇନରେ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here