ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପୂର୍ବରୁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । ବିଜେପି ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଗୁରୁବାର ଦିନ ଶହେଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ପାଞ୍ଚଟି ରାଜ୍ୟର ଶହେ ଜଣ ପ୍ରାର୍ଥୀଙ୍କ ନାଁ ରହିବ । କିଏ କେୁଁ ଆସନରୁ ଲଢିବ, ତାହା ଏହି ତାଲିକାରେ ରହିବ । ଫେବୃଆରୀ 29 ତାରିଖରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଏହି ତାଲିକା ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି । ଏଥର ନିର୍ବାଚନରେ ବିଜେପି ମୋଟ 543 ଲୋକସଭା ଆସନ ମଧ୍ୟରୁ 370 ଆସନରେ ଏବଂ ଏନଡିଏ 400ରୁ ଅଧିକ ଆସନରେ ବିଜୟ ଲାଭ କରିବାକୁ ଲକ୍ଷ୍ୟ ରଖିଛି । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ରାଜସ୍ଥାନ ଓ ଛତିଶଗଡର ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରସ୍ତୁତି ବୈଠକ ବସିଥିଲା । ସବୁଠୁ ଅଧିକ ସାଂସଦ ପ୍ରତିନିଧିତ୍ବ କରୁଥିବା ଉତ୍ତରପ୍ରଦେଶରୁ ଗତଥର ବିଜେପି 80 ଆସନରୁ 62 ଆସନରେ ବିଜୟ ଲାଭ କରିଥିଲା ।

LEAVE A REPLY

Please enter your comment!
Please enter your name here