ଗତବର୍ଷ ମାର୍ଚ୍ଚ 27 ତାରିଖରେ ମଣିପୁର ହାଇକୋର୍ଟ ମେତେଇ ସଂପ୍ରଦାୟକୁ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ରାୟ ଦେଇଥିଲେ । ମାତ୍ର ସେତେବେଳେ କୋର୍ଟଙ୍କ ଏହି ରାୟ ପରେ ମଣିପୁରରେ ଆରମ୍ଭ ହୋଇଯାଇଥିଲା ଦଙ୍ଗା, ଗୋଷ୍ଠୀ ସଂଘର୍ଷ । ହାଇକୋର୍ଟ ଏହି ରାୟକୁ ବିରୋଧ କରିଥିଲା କୁକି ସଂପ୍ରଦାୟ । ଅବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା । ହିଂସାକାଣ୍ଡରେ ଦୁଇଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଏହାର ପୁର୍ନବିଚାର କରିବାକୁ କୁକି ସଂପ୍ରଦାୟ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏହି ବିବାଦୀୟ ରାୟର ପୁର୍ନବିଚାର କରି ପୂର୍ବ ରାୟକୁ ରଦ୍ଦ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here