ଓଡିଶାରେ କରୋନା ଭୟଙ୍କର ରୂପ ଧାରଣ କରିବାକୁ ଯାଉଛି । ଷ୍ଟେଜ୍ ଥ୍ରୀ ପାଦ ଦେଶରେ ଓଡିଶା ରହିଛି ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ପଣ୍ଡା କହିଛନ୍ତି, ଓଡିଶାକୁ ସୁରତ, ମୁମ୍ବାଇ ଭଳି ହଟସ୍ପଟ ଜୋନରୁ ପ୍ରବାସୀ ଓଡିଆ ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଏବେ ଚାଳିଶ ହଜାର ପ୍ରବାସୀ ଓଡିଆ କ୍ବାରେଣ୍ଟିନରେ ଥିବା ବେଳେ ସୁରତ ଫେରନ୍ତାଙ୍କ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଆଜି ଏକାଥରେ 58 ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 352 ରେ ପହଞ୍ଚିଛି । ଗ୍ରୀନଜୋନ ଥିବା ଅନୁଗୁଳରେ ଆଜି 13 ପଜିଟିଭି ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତ ଜିଲ୍ଲା ସଂଖ୍ୟା 20 ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here