2024 ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ ଘଟଣା । କ୍ଷମତା ହାତେଇବା ପାଇଁ ପୁଣି ମେଣ୍ଟ କରିବେ ବିଜେଡି-ବିଜେପି । ଆଜି ଅପରାହ୍ନରୁ ଦୁଇ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ମେଣ୍ଟ ନିଷ୍ପତ୍ତି ପ୍ରାୟତଃ ଚୂଡାନ୍ତ ହୋଇସାରିଛି । ନବୀନ ନିବାସରେ ଦୁଇଟି ପର୍ଯ୍ୟାୟରେ ବୈଠକ ସରିଥିବା ବେଳେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଣ୍ଟ ସୂଚନା ଦେଇଛନ୍ତି । ଓଡିଶାର ସାଢେ ଚାରିକୋଟି ଲୋକଙ୍କ ସ୍ବାର୍ଥକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି ବୋଲି ଦଳୀୟ ନେତାମାନେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବିଜେପିର ଶୀର୍ଷସ୍ତରୀୟ ନେତାମାନେ ନୂଆଦିଲ୍ଲୀରେ ବୈଠକ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦଳର ଶୀର୍ଷସ୍ତରୀୟ ନେତାମାନେ ମେଣ୍ଟ ପାଇଁ ଚୂଡାନ୍ତ ନିଷ୍ପତ୍ତି ନେଇ ସାରିଥିବା ବେଳେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି । 2000 ଓ 2004 ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ଗଠନ କରି ନିର୍ବାଚନ ଲଢିବା ସହ ସରକାର ଗଢିଥିଲେ । ମାତ୍ର 2009ରେ ଦୁଇଦଳ ଭିତରେ ମେଣ୍ଟ ଭାଙ୍ଗିଯିବା ପରେ ବିଜେଡି ଏକାକୀ ସରକାର ଗଢିଥିଲା । ମେଣ୍ଟ ଭାଙ୍ଗିଯିବା ପରେ ଗତ 14 ବର୍ଷ ଧରି ଦୁଇଦଳ ପରସ୍ପର ବିରୋଧରେ ଲଢି ଆସୁଥିବା ବେଳେ ଚଳିତ ନିର୍ବାଚନରେ ପୁଣି ମେଣ୍ଟ କରିବାାକୁ ଯାଉଛନ୍ତି । ତେବେ ଦୁଇଦଳ ମଧ୍ୟରେ ଆସନ ବୁଝାମଣା ଅନୁପାତ କଣ ରହିବ, ତାହା ସ୍ପଷ୍ଟ ହୋଇନାହିଁ ।
ଦିଲ୍ଲୀରେ ଅନୁଷ୍ଠିତ ବୈଠକ ପରେ ବରିଷ୍ଠ ନେତା ଜୁଏଲ ଓରାମ କହିଛନ୍ତି, ଏକାକୀ ଲଢିବା ପାଇଁ ଆମେ ପ୍ରସ୍ତାବ ଦେଇଛୁ । ଦଳର ଶୀର୍ଷସ୍ତରୀୟ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏବଂ ମେଣ୍ଟ ସଂପର୍କରେ କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବେ ।

LEAVE A REPLY

Please enter your comment!
Please enter your name here