ଏସିଆ କପରେ ସାମିଲ ହୋଇଥିବା ଭାରତୀୟ ଟିମ୍ ଆଜି ଖେଳିବାକୁ ଯାଉଛି ଏହାର ପ୍ରଥମ ମ୍ୟାଚ୍. ତେବେ ଦୁବାଇରେ ହେବାକୁ ଥିବା ଏହି ରୋମାଞ୍ଚକର ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ହଂକଂ ବିପକ୍ଷରେ ପଡିଆକୁ ଓହ୍ଲାଇବ ଭାରତୀୟ ଟିମ୍. ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜି ଭାରତ କିଭଳି ପ୍ରଦର୍ଶନ କରିବ ତା ଉପରେ ରହିବ ସମସ୍ତଙ୍କ ନଜର. ତେବେ ଭାରତୀୟ ଟିମ୍ ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଭିଜ୍ଞତା ମହତ୍ୱପୂର୍ଣ୍ଣ ରହିବ ବୋଲି କୁହାଯାଇଛି. ଯଦିଓ ହଂକଂ ଏତେ ଶକ୍ତିଶାଳୀ ନୁହେଁ ଏବଂ ତାକୁ ପରାଜିତ କରିବା ଏତେ କଷ୍ଟସାଧ୍ୟ ନୁହେଁ  ତଥାପି  ଭାରତ ଆଜିର ମ୍ୟାଚରେ କିଭଳି ପ୍ରଦର୍ଶନ କରୁଛି ତାହା ଉପରେ ରହିବ ସମସ୍ତଙ୍କ ନଜର. ଅନ୍ୟପଟେ ଆଫଗାନିସ୍ତାନ ଠାରୁ ପରାସ୍ତ ହୋଇ ଏସିଆ କପରୁ ବାହାର ହୋଇଯାଇଛି ଶ୍ରୀଲଙ୍କା ଦଳ. ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଭଲ ଖେଳ ପ୍ରଦର୍ଶନ ସହ 50 ଓଭରରେ 250 ରନ୍ କରିଥିଲା. ତେବେ ଏହାର ଜବାବରେ ଶ୍ରୀଲଙ୍କା ରନର ପିଛା କରିବାକୁ ଯାଇ ଶେଷରେ ପରାଜୟ ହୋଇଥିଲା. ମାତ୍ର 158 ରନରେ ଶ୍ରୀଲଙ୍କା ଦଳ ସବୁ ୱିକେଟକୁ ହରାଇଥିଲା. ଫଳସ୍ୱରୂପ 91 ରନରେ ମ୍ୟାଚକୁ ଜିତି ନେଇଥିଲା ଆଫଗାନିସ୍ତାନ. ତେବେ ପୂର୍ବରୁ ବାଂଲାଦେଶ ଠାରୁ ହାରିଥିବା ଶ୍ରୀଲଙ୍କା ଆଫଗାନିସ୍ତାନ ଠାରୁ ହାରିବା ପରେ ଚଳିତବର୍ଷ ଏସିଆ କପରୁ ବାହାର ହୋଇଯାଇଛି.

LEAVE A REPLY

Please enter your comment!
Please enter your name here