ରିଲିଜ୍ ହୋଇଛି ‘ମେଡ୍ ଇନ୍ ଚାଇନା’ର ପ୍ରଥମ ପୋଷ୍ଟର. ଏହାର ପ୍ରଥମ ପୋଷ୍ଟରରେ ଅଭିନେତା ରାଜକୁମାର ରାଓ ଏବଂ ମୋନି ରଏଙ୍କୁ ଦେଖିବାକୁ ମିଳିଛି. ତେବେ କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ରାଜକୁମାର ରାଓଙ୍କ ‘ସ୍ତ୍ରୀ’ ଫିଲ୍ମ ଦର୍ଶକଙ୍କ ମନ ଜିଣିବା ସହ ଶହେ କୋଟି କ୍ଲବରେ ସାମିଲ ହେବା ପରେ ତାଙ୍କର ଆଉ ଏକ ଫିଲ୍ମ ‘ଲଭ୍ ସୋନିଆ’ କୁ ମଧ୍ୟ ସିନେ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି. ରିଲିଜ୍ ହୋଇଥିବା ‘ମେଡ୍ ଇନ୍ ଚାଇନା’ରେ ରାଜକୁମାରଙ୍କ ସହ ଖିଲାଡୀ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଗୋଲ୍ଡ’ ମାଧ୍ୟମରେ ଡେବ୍ୟୁ କରିଥିବା ନାୟିକା ମୈାନି ରଏଙ୍କୁ ଏକ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ. ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ମିଖିଲ ମୁଶାଲେ ତୁଲାଇଥିବା ବେଳେ ଏହାକୁ ନିର୍ମାଣ କରିଛନ୍ତି ଦିନେଶ ବିଜୟନ୍.

LEAVE A REPLY

Please enter your comment!
Please enter your name here