ଖିଲାଡୀ ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର ରିଲିଜ ହୋଇଯାଇଛି. ଏହି ଫିଲ୍ମରେ ଅକ୍ଷୟ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି ଏବଂ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା. ଏହାର ନିର୍ଦ୍ଦେଶନା ଅନୁରାଗ ସିଂ ଦେଇଥିବା ବେଳେ ଗିରିଶ କୋହଲୀ ଓ ଅନୁରାଗ  ସିଂ ଏହାର କାହାଣୀ ଲେଖିଛନ୍ତି. ଫିଲ୍ମର ଟ୍ରେଲର ରିଲିଜ ପୂର୍ବରୁ ଏହାର ଅନେକ ଲୁକ ରିଲିଜ ହୋଇସାରିଛି. 3 ମିନିଟର ଟ୍ରେଲରେ ଅକ୍ଷୟ କୁମାର ପ୍ରଥମେ ଡାଇଲଗ ଦେଉଛନ୍ତି. ଆଉ କହୁଛନ୍ତି ‘ଏକ୍ ଗୋରେ ନେ ମୁଝସେ କାହାଥା କି ତୁମ୍ ଗୁଲାମ ହୋ..ହିନ୍ଦୁସ୍ଥାନ କି ମିଟ୍ଟି ସେ ଡରପୋକ୍ ପୈଦା ହୋତେ ହେଁ. ଆଜ୍ ଜବାବ ଦେନେ କା ୱକ୍ତ ଆ ଗୟା ହୈ..’ଏହି ଡାଇଲଗରୁ ଫିଲ୍ମର କାହାଣୀ ଆରମ୍ଭ ହେଉଛି. ଟ୍ରେଲରରେ ଜନରଦସ୍ତ ଆକ୍ସନ ମଧ୍ୟ ଦେଖିବାକୁ ମିଳିଛି. 21 ଜଣ ଶିଖି ଯବାନ କିପରି 10 ହଜାର ଆଫଗାନଙ୍କ ସହ ଲଢୁଛନ୍ତି ତାକୁ ମଧ୍ୟ ଚିତ୍ରିତ କରାଯାଇଛି. ଅନ୍ୟପଟେ ଟ୍ରେଲରର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ମଧ୍ୟ ଜବରଦସ୍ତ ହୋଇଥିବା ଦେଖିବାକୁ ମିଳିଛି. 1897 ମସିହାରେ ସାରାଗଢୀରେ ଶିଖ୍ ଓ ଆଫଗାନୀଙ୍କ ମଧ୍ୟରେ ହୋଇଥିବା ଲଢେଇ ଉପରେ ଏହି ଫିଲ୍ମଟି ନିର୍ମାଣ ହୋଇଥିବା କୁହାଯାଇଛି.

LEAVE A REPLY

Please enter your comment!
Please enter your name here