ବିଜେଡି-ବିଜେପି ଭିତରେ ଭିତିରି ବୁଝାମଣା ରହିଛି । ଆଗରୁ ସେମାନେ ମେଂଟ ସରକାରରେ ଥିଲେ, ଏଥର ମେଂଟ କରି ନ ଥିଲେ ବି ସେମାନଙ୍କ ଭିତରେ ଭିତିରି ବୁଝାମଣା ରହିଛି । ଉଭୟ ଦଳ ଓଡିଶାବାସୀଙ୍କୁ ପ୍ରତାରିତ କରି ଆସିଛନ୍ତି । ତେଣୁ ନିର୍ବାଚନରେ କଂଗ୍ରେସକୁ ଉଭୟ ଲୋକସଭା ଓ ବିଧାନସଭାରେ ଭୋଟ ଦେବାକୁ ନିବେଦନ କରିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖଡଗେ ଉଭୟ ବିଜେଡି ଓ ବିଜେପିକୁ କଟୁ ସମାଲୋଚନା କରିବା ସହ ଓଡିଶାର ବିକାଶକୁ ବହୁ ପଛକୁ ନେଇ ଯାଇଛନ୍ତି ବୋଲି କହିଛନ୍ତି । ଯଦି ଓଡିଶାର ବିକାଶ ହୋଇଥାନ୍ତା, ତେବେ ରାଜ୍ୟ ବାହାରକୁ ଲୋକେ ଦାଦନ ଖଟିବାକୁ ଯାଉଥାନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଚିଟଫଣ୍ଡ୍ ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇଲେନି । 41 ପ୍ରତିଶତ ଯୁବକ ବେକାର ହୋଇ ବୁଲୁଛନ୍ତି । ଅନ୍ୟପକ୍ଷରେ ଉଭୟ ବିଜେଡି ଓ ବିଜେପି ଓଡିଶାର ଖଣି ଖାଦାନ ଲୁଟ୍ କରି ସେମାନଙ୍କ ପାଣ୍ଠି ବଢାଇ ଚାଲିଛନ୍ତି । କଂଗ୍ରେସ ଦେଶର ସମ୍ବିଧାନ ସୁରକ୍ଷା ପାଇଁ ଲଢେଇ କରୁଛି ଏବଂ କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ବିକାଶ ସାଧନ ହୋଇପାରିବ ବୋଲି ଖଡଗେ କହିଛନ୍ତି । ଦେଶର ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ଲେଖାଁଏ ଦିଆଯିବ ବୋଲି ଶ୍ରୀ ଖଡଗେ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଗ୍ୟାସ ସିଲିଣ୍ଡର ପାଞ୍ଚଶହ ଟଙ୍କାରେ ଯୋଗାଇ ଦିଆଯାିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here