ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ଆସନ୍ତା ଶନିବାର ଦିନ ଦିନ ଭୋଟ ଗ୍ରହଣ କରାଯିବ । ରାଜ୍ୟର 6ଟି ଲୋକସଭା ନିର୍ବାଚନମଣ୍ଡଳୀ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ । 460 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 99 ଲକ୍ଷ 61 ହଜାର 57 ଜଣ ଭୋଟର । ଶନିବାର ସକାଳ ସାତଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।
ଶେଷ ପର୍ଯ୍ୟାୟରେ ବହୁ ହେଭିଓ୍ୱେଟ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ ହେବ । ବାଲେଶ୍ବର ଲୋକସଭା ଆସନରେ ବିଜେପିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ମୟୁରଭଞ୍ଜ ଲୋକସଭା ଆସନରେ ବିଜେପିରୁ ନବଚରଣ ମାଝୀ, ବିଜେଡିରୁ ସୁଦାମ ମାରାଣ୍ଡି, ଏବଂ ଜେଏମଏମରୁ ଅଂଜନୀ ସୋରେନ ପ୍ରାର୍ଥୀ ହୋଇଛନ୍ତି । ଭଦ୍ରକ ଲୋକସଭା ଆସନରେ ବିଜେପିରୁ ଅଭିମନ୍ୟୁ ସେଠୀ, ବିଜେଡିରୁ ମଂଜୁଲତା ମଣ୍ଡଳ ଏବଂ କଂଗ୍ରେସରୁ ଅନ୍ତ ପ୍ରସାଦ ସେଠୀ ପ୍ରାର୍ଥୀ ହୋଇଛନ୍ତି । ଯାଜପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା, ବିଜେଡି ପ୍ରାର୍ଥୀ ଶର୍ମିଷ୍ଠଆ ସେଠୀ ଏବଂ କଂଗ୍ରେ ପ୍ରାର୍ଥୀ ଅଞ୍ଚଳ ଦାସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । କେନ୍ଦ୍ରାପଡା ଲୋକସଭା ଆସନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି, କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୁପ ଦାସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ଜଗତସିଂପୁର ଲୋକସଭା ଆଶନରେ ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରେଇ, ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଏବଂ କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି ।

LEAVE A REPLY

Please enter your comment!
Please enter your name here