2023 ବର୍ଷର ୟୁପିଏସସି ରେଜାଲ୍ଟ ପ୍ରକାଶ ପାଇଛି । ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ । ଆଇଏଏସ (ଭାରତୀୟ ପ୍ରଶାସନିକ ସେବା), ଆଇଏଫଏସ (ଭାରତୀୟ ବୈଦେଶିକ ସେବା), ଏବଂ ଆଇପିଏସ (ଭାରତୀୟ ପୋଲିସ ସେବା) ପାଇଁ ହେଉଥିବା ଏହି ପରୀକ୍ଷାରେ ମୋଟ 1016 ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ 24 ତମ ସ୍ଥାନରେ ରହିଛନ୍ତି ପ୍ରଜ୍ଞାନନ୍ଦନ ଗିରି । ସେହିପରି 36 ତମ ରାଙ୍କରେ ଅଛନ୍ତି ଆୟୁଷି ପ୍ରଧାନ, 52 ତମ ରାଙ୍କରେ ଜୟଶ୍ରୀ ପ୍ରଧାନ, 60 ତମ ସ୍ଥାନରେ ଅଭିମନ୍ୟୁ ମଲ୍ଲିକ, 110 ତମ ସ୍ଥାନରେ ଅମ୍ରିତାଂଶୁ ନାୟକ, 115 ତମ ସ୍ଥାନରେ ଯଶୋବନ୍ତ ମଲ୍ଲିକ, 176 ତମ ସ୍ଥାନରେ ପଦ୍ମନାଭ ମିଶ୍ର ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ ପଣ୍ଡା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସନ୍ତୋଷ କୁମାର ପାତ୍ର, ସୌରଭ ଦାସ, ରାକେଶ କୁମାର ସାହୁ , ନୟନ ରଞ୍ଜନ ଦାସ, ହେମନ୍ତ କୁମାର ସାହୁ, ବିଭାଂଶୁ ରାୟ , ସିଦ୍ଧାନ୍ତ ବେସ୍ରା, ରଶ୍ମି ପାଇକରାୟ, ସୌରଭ ଦାସ, ଅନୁପ ନାୟକ ପ୍ରମୁଖ କୃତକାର୍ଯ୍ୟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here