ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ସହ ଯୋଡି ହେବାକୁ ନୂଆ ନିଷ୍ପତ୍ତି ନେଇଛନ୍ତି । ପ୍ରତିଦିନ ଲୋକଙ୍କ ଅଭିଯୋଗ ଶୁଣି ତ୍ବରିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଅପରାହ୍ନ 3ଟାରୁ 5 ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କୁ ଭେଟିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଲୋକେ ଗତ ଚବିଶ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନଥିଲେ । ଲୋକେ ଦିନ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଅପେକ୍ଷା କରି ବି ସାକ୍ଷାତ କରି ପାରୁ ନଥିଲେ । ତେଣୁ ସେ ପ୍ରଦିନିନ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବେ । ଏବେ ଅସ୍ଥାୟୀ ଭାବେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଫିସ ଚାଲିଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇବାକୁ ଲୋକଙ୍କ ସୁଅ ଛୁଟୁଛି । ମୋହନ ମାଝୀ ବି ସମସ୍ତଙ୍କୁ ଦେଖା କରି ଲୋକଙ୍କ ସହ ଆଲୋଚନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here