ନଭେମ୍ବର ୧ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପକ୍ରୀୟା । ଜାନୁଆରୀ ୬ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ ହୋଇପାରିବେ । ଯୋଗ୍ୟ ଭୋଟର ଏହି ସମୟରେ ଭୋଟର ତାଲିକାରେ ନାଁ ଯୋଡିବା , କାଟିବା କିମ୍ବା ତ୍ରୁଟି ସଂଶୋଧନ କରିପାରିବେ । ଏହି ବ୍ୟବସ୍ଥା ଚଳିତଥର ଅନଲାଇନ୍ ମାଧ୍ୟମରେ କରାଯିବ । ପୂର୍ବରୁ ଏହା ଅଫଲାଇନ୍‌ରେ କରାଯାଉଥିଲା । ଏକ ସ୍ୱତନ୍ତ୍ର ଆପ ମାଧ୍ୟମରେ ଏହି ସଂଶୋଧନ କରାଯାଇପାରିବ । ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରମାଣ ପତ୍ର ଲୋକମାନଙ୍କୁ ଦେବାକୁ ହେବ । ଏହାପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ କାର୍ଡ ଯୋଗାଇଦେବେ । କିମ୍ବା ସ୍ପିଡ୍‌ପୋଷ୍ଟ ମାଧ୍ୟମରେ ଘରକୁ ପଠାଯିବ । ନଭେମ୍ବର ୭ ଓ ୨୧ ତାରିଖ ଏହି ମାସର ଦୁଇ ରବିବାରରେ ସରକାରୀ ଅଧିକାରୀମାନେ ବୁଥ୍‌ରେ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ କରିପାରିବେ । ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ନଭେମ୍ବର ୧ରୁ ଆରମ୍ଭ ହେଉଥିବା ପକ୍ରୀୟା ୧ମାସ ଧରି ଚାଲିବ । ଲୋକମାନେ ସଂଶୋଧନ ପାଇଁ ଆପ୍ଲାଏ କରିପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ । ଜାନୁଆରୀ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଦୁଇଟି ଭୋଟର ଆଇଡି ଥିବା ୧ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜିମ ଦ୍ୱାରା ବାଦ୍ ଦିଆ ସରିଛି ।

LEAVE A REPLY

Please enter your comment!
Please enter your name here