ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି । ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି, ସେମାନଙ୍କ ନିକଟକୁ ମୋବାଇଲ ମେସେଜ୍ ଆସିଛି । 35 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବାରିପଦା ଛଉପଡିଆରେ ଆୟୋଜିତ ସମାରୋହରେ ସୁଭଦ୍ରା ଯୋଜନାରେ ନାମ ପଂଜିକରଣ କରିଥିବା ପ୍ରଥମ ଏବଂ କୋଟିଏତମ ହିତାଧୀକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଦଶହରାରେ ସୁଭଦ୍ରା ଟଙ୍କା ମିଳିଥିବାରୁ ହିତାଧିକାରୀଙ୍କ ପରିବାର ଖୁସି ମନେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ 11 ହଜାର ମହିଲାଙ୍କୁ ସୁଭଦ୍ରା ଟଙ୍କା ମିଳିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ 35 ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ପୂର୍ବରୁ କୌଣସି ଗୋଟିଏ ଯୋଜନାରେ ଦୁଇମାସ ଭିତରେ କୋଟିଏରୁ ଅଧିକ ହିତାଧିକାରୀ ଯୋଡି ହେବା ପ୍ରଥମ ଘଟଣା ବୋଲି ସେ କହିଛନ୍ତି । ଏପର୍ଯ୍ୟନ୍ତ ଏକ କୋଟି 60 ଲକ୍ଷ ସୁଭଦ୍ରା ଯୋଜନା ଫର୍ମ ଦିଆଯାଇଥିବା ବେଳେ ଦେଢକୋଟି ହିତାଧିକାରୀ ସେମାନଙ୍କ ନାମ ପଂଜିକରଣ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here