କେତେ ଭୟାନକ ଥିଲା ଆତଙ୍କୀଙ୍କ ହମଲା । ରୋପ ୱେରେ ଲାଗିଥିବା ମୋବାଇଲ କ୍ୟାମେରାରେ କଏଦ ହୋଇଛି ଭିଡିଓ । ପହଲଗାମରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରେ ସାମ୍ନାକୁ ଆସିଛି ଛାତି ଥରେଇଦେଲା ଭଳି ଭିଡିଓ । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ପର୍ଯ୍ୟଟକ ରୋପ ୱେରେ ଖେଳୁଥିବାବେଳେ ତଳେ ପର୍ଯ୍ୟଟକଙ୍କ ଉପରେ ଗୁଳିବର୍ଷା ହେଉଥିଲାଏବଂ ପର୍ଯ୍ୟଟକ ଜଣଙ୍କ ୨୦ ସେକେଣ୍ଡ ପରେ ଜାଣିବାକୁ ପାଇଥିଲେ । ସଂପୃକ୍ତ ପର୍ଯ୍ୟଟକ ହସି ହସି ଭିଡିଓ ବନାଉଛନ୍ତି । ଏହି ଭିଡିଓରେ ଲୋକମାନେ ଭୟରେ ଧାଉଁଥିବା ଚିତ୍ର କଏଦ ହୋଇଛି ଓ ଚିତ୍କାର କରୁଥିବାର ଶଦ୍ଦ ଶୁଣିବାକୁ ମିଳୁଛି । ତଳେ କଣ ଚାଲିଛି ତାହା ପର୍ଯ୍ୟଟକଙ୍କୁ ଜଣାପଡୁନାହିଁ । ଭିଡିଓକୁ ଦେଖିଲେ ଜଣାପଡୁଛି, ଆତଙ୍କବାଦୀମାନେ ଗୁଳିରେ ଜଣେ ପର୍ଯ୍ୟଟକ ଟଳିପଡିଛନ୍ତି ।