ଭାରତରେ ମାନବ ବିକାଶ ଓ ଗଣତନ୍ତ୍ରର ଅଗ୍ରଗତି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଳିତ ବର୍ଷର ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ. ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ଅର୍ଥନୈତିକ ବୃଦ୍ଧି, ବିଭିନ୍ନ ପ୍ରକାର ଦୁର୍ନୀତି ବିରୋଧ କାର୍ଯ୍ୟକ୍ରମ ଓ ବିମୁଦ୍ରାୟନ ଜରିଆରେ ଭାରତକୁ ସ୍ୱଚ୍ଛ କରିବା ନିମନ୍ତେ ମୋଦୀଙ୍କ ଉଦ୍ୟମକୁ ପୁରସ୍କାର କମିଟି ପ୍ରଶଂସା କରିଛି. ତେବେ ଏହି ପୁରସ୍କାର ଗ୍ରହଣ କରିବା ସୂଚୀରେ ମୋଦି ହେଉଛନ୍ତି ଦେଶର 14ତମ ବ୍ୟକ୍ତି. ଏହା ପୂର୍ବରୁ ଜାତିସଂଘର ସାଧାରଣ ସଚିବ କୋଫି ଆନ୍ନନ୍‌, ଜର୍ମାନ୍‌ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ୍‌ ଏବଂ ଡକ୍ଟର୍ସ ଉଇଦାଉଟ୍‌ ବଡର୍ସ ଏବଂ ଅକ୍ସ୍‍ଫାମ୍‌ ଭଳି ସଂସ୍ଥା ଏହି ପୁରସ୍କାର ଗ୍ରହଣ କରିସାରିଛନ୍ତି.

LEAVE A REPLY

Please enter your comment!
Please enter your name here