ଭୁବନେଶ୍ବର – ରାଜ୍ୟରେ ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପୁଣି ଚିନ୍ତାର କାରଣ ହୋଇଛି ।

ଏବେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ବରରୁ ଚାରିଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଜଣେ ଅଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଚାରିଜଣ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି । କରୋନା ସଂକ୍ରମଣ ଜଣାପଡିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ଆଣ୍ଟିଜେନ୍‌ ଟେଷ୍ଟ ପରେ ପ୍ରଥମ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପରେ ଆଉ ୪ ଜଣ ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ସେମାନଙ୍କର RTPCR ପରୀକ୍ଷା କରାଯାଉଛି । ତେବେ ସଂକ୍ରମିତ ବ୍ୟକ୍ତି ଆଉ କାହା ସଂସ୍ପର୍ଶରେ ଆସିଛନ୍ତି, ଯାଞ୍ଚ କରାଯାଉଛି ।
ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ସଚିବ ଆସ୍ବାଥ୍ ଏସ୍ କହିଥିଲେ, ଓଡ଼ିଶାର ଲୋକେ ଆତଙ୍କିତ ହେବାର ପରିସ୍ଥିତି ନାହିଁ । କରୋନା ବ୍ୟାପିବାର ସମ୍ଭାବନା ବହୁତ କମ୍ । ତେବେ ପରିସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖିଥିଲେ ହେଁ କୌଣସି ଗାଇଡଲାଇନ୍ସ ଜାରି କରାଯାଇନାହିଁ । ତେବେ କରୋନାଠୁ ଦୂରେଇ ରହିବା ପାଇଁ ଲୋକେ ସତର୍କ ରହିବା ଉପରେ ଗୁରୁତ୍ବ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here