ଭୁବନେଶ୍ବର : ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ମିଡିଆ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ ଆୟୋଜନ କରାଯାଉଛି । ଚଳିତବର୍ଷ ଏହି ପ୍ରତିଯୋଗିତା ଦୁଇଟି ରାଉଣ୍ଡ ଯଥା- ଅଡିସନ ଓ ଫାଇନାଲ ରାଉଣ୍ଡରେ କରାଯିବ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । 13 ବର୍ଷ ବୟସ ପର୍ଯ୍ୟନ୍ତ ସବୁଜୁନିଅର ଗୃପ, 13 ରୁ 20 ବର୍ଷ ପର୍ଯ୍ୟନ୍ତ ଜୁନିଅର ଏବଂ 20 ରୁ 35 ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ ସିନିୟର ଗୃପରେ ଅନ୍ତର୍ଭୁକ୍ତ କରାଯାଇଛି । ଅଡିସନ ରାଉଣ୍ଡରେ ପ୍ରତିଯୋଗୀମାନେ ଶ୍ରୀଜଗନ୍ନାଥଙ୍କ ଭଜନର ଗୋଟିଏ ମୁଖୁଡା ଓ ଗୋଟିଏ ପଦ ଗାଇ ତାର ଅଡିଓ ଭିଡିଓ କ୍ଲିପିଂ ମୋବାଇଲ ନମ୍ବର 9937225606 କୁ ଜୁନ 20 ତାରିଖ ସୁଦ୍ଧା ପଠାଇବା ଆବଶ୍ୟକ । ଭଜନ ରେକର୍ଡିଂ ବେଳେ ଇନଷ୍ଟ୍ରୁମେଣ୍ଟ ବ୍ୟବହାର କରିବେ ନାହିଁ । ପ୍ରତ୍ୟେକ ପ୍ରତିଯୋଗୀ ଗୋଟିଏ ଭଜନର କ୍ଲିପିଂ ପଠାଇ ପାରିବେ । ଅଡିସନ ରାଉଣ୍ଡରେ ଯେଉଁ ପ୍ରତିଯୋଗୀମାନେ ଯୋଗ୍ୟ ବିବେଚିତ ହେବେ, ସେମାନେ ଭୁବନେଶ୍ବରରେ ଜୁଲାଇ 8 ତାରିଖରେ ହେବାକୁ ଥିବା ଫାଇନାଲ ରାଉଣ୍ଡରେ ଭାଗ ନେଇପାରିବେ । ସୁନାମଧନ୍ୟ ସଙ୍ଗୀତଜ୍ଞଙ୍କ ଦ୍ବାରା ମୂଲ୍ୟାୟନ କରାଯାଇ ଫାଇନାଲ ରାଉଣ୍ଡରେ ପ୍ରତ୍ୟେକ ବର୍ଗର କୃତି ପ୍ରତିଯୋଗୀଙ୍କୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ତକ୍ଷକ ମିଡିଆର ନିର୍ଦ୍ଦେଶକ ଅପୂର୍ବ କୁମାର ମହାନ୍ତି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here