ଆପଣ କହିବେ ଅନ୍ଧବିଶ୍ୱାସ .ହେଲେ ସେମାନଙ୍କ ପାଇଁ ଏଇଟା ବିଶ୍ୱାସ । ଦେହ ଖରାପ ହେଲେ ଡାକ୍ତରଙ୍କୁ ଖୋଜିବା ବଦଳରେ ଏଠି ଖୋଜା ହୁଏ ଗୁଣିଆଙ୍କୁ । ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଉର୍ମାଗୁଡା ରେ ଜଣେ ମହିଳା ଙ୍କ ଦେହ ଖରାପ ହୋଇଥିଲା । ଆଦିବାସୀ ମହିଳା ଜଣଙ୍କ ଅନ୍ଧ ବିଶ୍ବାସର ବଶବତିହୋଇ ମେଡିକାଲ ନ ଯାଇ ଜଣେ ଗୁଣିଆ ଙ୍କ ନିକଟରେ ଚିକିତ୍ସା ହେବାକୁ ଯାଇଥିଲେ । ସେଠାରେ ଗୁଣିଆ ଜଣକ ମହିଳାଙ୍କୁ କାମୁଡି କାମୁଡି ଦେଉଛନ୍ତି ଚିକିତ୍ସା । ଆଉ ଅନ୍ଧ ବିଶ୍ବାସର ଅନ୍ଧାରି ଗଳିରେ ଏଠାକାର ଲୋକେ ବି ଆଖିବୁଜି ଏହାକୁ ବିଶ୍ବାସ କରି ଚାଲିଛନ୍ତି । ଆଉ ଦେଖନ୍ତୁ ଏ ଦୃଶ୍ୟ । ଆଗେ ଆଗେ ଏକ ବିରାଟ ଲାଠି ଧରି ଜଣେ କେହି ଚାଲି ଯାଉଛନ୍ତି । ଆଉ ପଛେ ପଛେ ଆସୁଛନ୍ତି ଏକାଧିକ ମହିଳା ଓ ପୁରୁଷ । କିଏ ହୁଳହୁଳି ଦେଉଛି ତ କିଏ ଠାକରାଣୀଙ୍କ ଜୟ ଜୟ କାର କରୁଛି । ଆଉ ଏ ଦୃଶ୍ୟ ହେଉଛି
ମାଲକାନଗିରି ଜିଲ୍ଲା ରେ ପୁଣି ଅନ୍ଧ ବିଶ୍ଵାସ ର ଶିକାର ହେଉଛନ୍ତି ଆଦିବାସୀ । ବାରମ୍ବାର ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଆଜୀବୀ ଚିରାଚରିତ ଢଙ୍ଗରେ କିଛି ଭଣ୍ଡ ବାବା ଏଭଳି ଅନ୍ଧ ବିଶ୍ବାସ କୁ ପ୍ରଶୟ ଦେଉଛନ୍ତି , ଏବଂ ନିରହି ଆଦିବାସୀଙ୍କୁ ନିଜର ଶିକାର କରୁଛନ୍ତି । ଏଭଳି ଚିତ୍ର ହିଁ ବୟାନ କରୁଛି ଜିଲ୍ଲାର ବାସ୍ତବ ଚିତ୍ର । ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଦେଖବାକୁ ମିଳିଥିବା ବେଳେ ବର୍ତମାନ ଏହାକୁ ନେଇ ଅନେକ ପ୍ରଶ୍ନ ବାଚୀ ସୃଷ୍ଠୀ ହୋଇଛି । ତଥାବି ଏଠାକାର ସ୍ଥାନୀୟ ଆଦିଆବସୀ କିନ୍ତୁ ଅନ୍ଧ ବିଶ୍ବାସ କୁ ସମ୍ପୂର୍ଣ ରୂପେ ବିଶ୍ବାସ କରଥୁବା ମତ ରଖିଛନ୍ତି । ମାଲକାନଗିରି ଜିଲ୍ଲାରେ ପୂର୍ବରୁ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି , ବିଗତ ଏକସପ୍ତାହ ପୂର୍ବେ ଜିଲ୍ଲାର ପୁରୁଣା ଗୁମା ରେ ଥିବା ଏକ ଭୈରବ ମନ୍ଦିର ରେ ଠାକୁରାଣୀଙ୍କ ମୂର୍ତ୍ତି ଚୋରି ହୋଇଥିଲା । ମୂର୍ତ୍ତି ଚୋରି ହେବା ପରେ ସ୍ଥାନୀୟ ଲୋକେ ଓ ପୂଜାରୀ ପୋଲିସ କୁ ଖବର ନଦେଇ ନିଜର ପୌରାଣିକ ରୀତି ନୀତି ଅନୁଯାୟୀ ଠାକୁରାଣୀଙ୍କ ନିକଟରେ ପୂଜା ପାଉଥିବା ଏକ ବାଉଁଶ ଲାଠି ସାହଯ୍ୟ ରେ ଚୋର କୁ ଧରିବା ସହ ଚୋରି ହୋଇଥିବା ମୂର୍ତି ମଧ୍ୟ ଉଦ୍ଧାର କରିଥିଲେ । ସେହିଭଳି ବିଗତ ବର୍ଷ ମାଥିଲି ଥାନା ଅନ୍ତର୍ଗତ ଶିଂଗାଲବେଟା ଗ୍ରାମବାସୀ ଅନ୍ଧ ବିଶ୍ବାସର ବଶବର୍ତୀ ହୋଇ ଜଣେ ବିଧବା ମହିଳାଙ୍କ ଘର ଭାଙ୍ଗିଦେଇଥିଲେ । ଅନ୍ୟପଟେ ଜିଲ୍ଲାର ପାପରମେଟଲ ଥାନା ଅନ୍ତର୍ଗତ ବଡପୁଟ ଗ୍ରାମରେ ବିଗତ ମାସ କିଛି ଦୁର୍ବୁତ ଜଣେ ବ୍ୟକ୍ତିଙ୍କୁ ଏବଂ ବିଗତ ବର୍ଷ କାଲିମେଳା ଥାନା ଅଧୀନରେ ମଧ୍ୟ ୨ଜଣ ବ୍ୟକ୍ତିଙ୍କୁ କିଛି ଦୁର୍ବୁତ ଗୁନିଗାରେଡି ସନ୍ଦେହରେ ହତ୍ୟା କରିଥିଲେ । ବର୍ତମାନ ସମସ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି ସତ କିନ୍ତୁ ଗୁଣୀ ଗାରେଡି ବନ୍ଦ ହେବାର ନା ନେଉନି । ତେବେ ଏହାର ଅନ୍ତ ପାଇଁ ସଚେତନତା ର ଆବଶ୍ୟକ ରହିଥିବା ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।
ଅନ୍ଧ ବିଶ୍ବାସ ତଥା ଗୁଣୀ ଗାରେଡି ରେ କୌଣସି ରୋଗ ଭଲ ହୋଇନଥିବା ସହ ଏହା କେବଳ ଅମୂଲ୍ୟ ଜୀବନକୁ ମୃତ୍ୟ ମୁଖକୁ ଠେଲି ଦେଇଥାଏ । ଶରୀର ର କୌଣସି ରୋଗ ଦୂରକରିବା ପାଇଁ କେବଳ ମେଡ଼ିସିନ ହିଁ ଏକମାତ୍ର ଉପାୟ ବୋଲି ଡାକ୍ତର ମାନେ ମତ ରଖିଛନ୍ତି । ଲୋକଙ୍କୁ ଗୁଣୀ ଗାରେଡି ରୁ ଦୂରକରିବା ପାଇଁ ଜିଲ୍ଲା ଆମେ ସଦା ସର୍ବଦା ପ୍ରସ୍ତୁତ ବୋଲି ଡାକ୍ତର ମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here