18 ବର୍ଷ ପରେ ପୂରଣ ହେଲା `ବିରାଟଙ୍କ ସ୍ବପ୍ନ । 2025 IPL ଟାଇଟଲ୍ ଜିତିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଫାଇନାଲରେ ମାତ୍ର 6 ରନରେ ହାରିଲା ପଞ୍ଜାବ କିଙ୍ଗସ୍ । ବିଜୟକୁ ଅବିଶ୍ବସନୀୟ କହିଲେ ବିରାଟ କୋହଲି । ପୂର୍ବରୁ 3 ଥର ଫାଇନାଲରେ ପହଞ୍ଚି ବି ଟାଇଟଲ ଜିତି ପାରି ନଥିଲା RCB । ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଚାମ୍ପିୟନ ହୋଇଛି ବିରାଟ କୋହଲିଙ୍କ ଦଳ ଆରସିବି । ଏହା ସହିତ ଆରସିବିର ଦୀର୍ଘ ୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି । ଏହା ପୂର୍ବରୁ ଏହି ଆରସିବି ୩ ଥର ଫାଇନାଲକୁ ଯାଇଥିଲେ ବି ଚାମ୍ପିୟନ ହୋଇପାରିନଥିଲା । ଅନ୍ୟପକ୍ଷରେ ପୂରା ଲିଗ୍ରେ ପରାକ୍ରମୀ କ୍ରିକେଟ୍ ଖେଳିଥିବା ପଞ୍ଜାବ ଅନ୍ତିମ ଲଢ଼େଇରେ ଝୁଣ୍ଟିବା ପରେ ତା’ର ସ୍ବପ୍ନ ଚୂର୍ମାର୍ ହୋଇଯାଇଛି। ପଞ୍ଜାବକୁ ଫାଇନାଲ୍ରେ ପହଞ୍ଚାଇଥିବା ଅଧିନାୟକ ଶ୍ରେୟସ୍ ଆୟର ଶେଷ ଲଢ଼େଇରେ ନିରାଶ ହେବା ପଞ୍ଜାବ ପାଇଁ କାଳ ହୋଇଛି।
ଏହି ବିଜୟ ପରେ ବିରାଟ କୋହଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଏହି ବିଜୟ ଆମ ଦଳର ଯେତିକି, ଆମ ପ୍ରଶଂସକଙ୍କ ପାଇଁ ମଧ୍ୟ ସେତିକି । ଏହା ଦୀର୍ଘ ୧୮ ବର୍ଷର ଅପେକ୍ଷା ଥିଲା । ମୁଁ ମୋର ଯୁବାବସ୍ଥା ଠାରୁ ଆରମ୍ଭ କରି ଚଳିତ ବର୍ଷ ଯାଏ ଏହି ଦଳକୁ ଦେଇଥୁଲି । ମୁଁ ଏଥ୍ରେ ମୋର ସମସ୍ତ ଶକ୍ତି ଲଗାଇ ଦେଇଥୁଲି । ମୁଁ କେବେ ଭାବି ନଥୁଲି ଯେ ଏହି ଦିନ ଆସିବ ।