ବାହୁଡା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ୩ ରଥରେ ଲାଗୁ ହୋଇଛି ଆଜ୍ଞାମାଳ । ଆଜି ରଥକୁ ଦକ୍ଷିଣ ମୋଡ କରାଯାଇଛି । ଏଥିପାଇଁ ୩ ରଥର ଯାଞ୍ଚ କାମ ବି ଶେଷ ହୋଇଛି । ରଥର ମୁଖ୍ୟ ମହାରଣା ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି ରଥର ଆବଶ୍ୟକୀୟ ମରାମତି କରିଛନ୍ତି । ସେପଟେ ପୁରୀ ସହରରେ ପୁଣି ଲାଗିବ କର୍ଫ୍ୟୁ । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ କର୍ଫ୍ୟୁ କଟକଣା ଲାଗିବ । ସୋମବାର ରାତି ୮ରୁ ଏହି କର୍ଫ୍ୟୁ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି । ବାହୁଡା ସମୟରେ କର୍ଫ୍ୟୁକୁ କଡାକଡି ଭାବରେ ପାଳନ କରିବାକୁ ପୁରୀ ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here