ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା । ଗୁରୁବାର ଅପରାହ୍ନରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମୁହୂର୍ତ୍ତ ପରେ ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ ମେଘନାନୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ୧୨ ଜଣ କ୍ରିଉ ସଦସ୍ୟ, ଦୁଇ ଜଣ ପାଇଲଟ ଥିଲେ । ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଥିଲା । ଜଣେ ଯାତ୍ରୀ ଏହି ବିମାନ ଦୁର୍ଘଟଣାରୁ ବଞ୍ଚି ଯାଇଥିବା ବେଳେ ସମସ୍ତ 241 ଜଣଙ୍କ ମୃତ୍ୟୁ ହୋଇଛି ।
ବିମାନରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ, ୭ ଜଣ ପର୍ତ୍ତୁଗୀଜ ଏବଂ ଜଣେ କାନାଡିଆନ ନାଗରିକ ଥିଲେ। ବିମାନର ପାଇଲଟଙ୍କ ନାମ କ୍ଲାଇଭ ଥିଲା ।

ଦୁର୍ଘଟଣାଗ୍ରସ୍ତ ବିମାନଟି ୧୨ ବର୍ଷ ପୁରୁଣା ଥୂଲା । ଏହି ବିମାନଟି ପ୍ରଥମ ଥର ପାଇଁ ୧୪ ଡିସେମ୍ବର ୨୦୧୩ରେ ଉଡ଼ିଥିଲା। ବିମାନଟିକୁ କ୍ୟାପଟେନ୍ ସୁମିତ ସଭରବାଲ ଚଲାଉଥିବାବେଳେ ତାଙ୍କୁ ସହଯୋଗ କରୁଥିଲେ ଫାଷ୍ଟ ଅଫିସର୍ କ୍ଲାଇବ୍ କୁନ୍ଦର । ସୁମିତ ସାଭରବାଲ ନିଜ କ୍ୟାରିୟରରେ ୮୨୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ରହିଥୁଲା, ଅପରପକ୍ଷରେ ଫାଷ୍ଟ୍ ଅଫିସର୍ କ୍ଲାଇବ୍ କୁନ୍ଦରଙ୍କର ୧୧୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ଥିଲା । ହେଲେ ଏତେ ଅଭିଜ୍ଞତା ଥିବା ପରେ ବି, ବିମାନଟି କାହିଁକି କ୍ରାସ୍ କଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

LEAVE A REPLY

Please enter your comment!
Please enter your name here