ଓଡ଼ିଶାରେ ପୁଣି ଥରେ କଂଗ୍ରେସ ଶାସନ ଫେରିବା ନେଇ ନିର୍ବାଚନ ପୂର୍ବରୁ ବାରମ୍ବାର କହୁଥିବା କଂଗ୍ରେସ ଏବେ ନରମ ପଡ଼ିଯାଇଛି । ଏକ୍‌ଜିଟ୍‌ ପୋଲ୍‌ର ସର୍ଭେ ରିପୋର୍ଟ ପରେ ନିଜର ମତ ବଦଳାଉଛି କଂଗ୍ରେସ । ପିସିସି ସଭାପତି ନିଜେ ପରାଜୟ ସ୍ୱୀକାର କରି ସାରିଲେଣି । ଦଳ ସରକାର ଗଠନ କରିବା ନେଇ କେବେ ଆଶାବାଦୀ ନ ଥିଲା ବୋଲି ଗଣମାଧ୍ୟମକୁ କହିଛନ୍ତି ପିସିସି ସଭାପତି । ରାଜ୍ୟରେ କଂଗ୍ରେସ ସରକାର ଗଢ଼ି ପାରିବ ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ଗତଥର ଅପେକ୍ଷା ଅଧିକ ସିଟ୍‌ ଜିତିବୁ ବୋଲି ପିସିସି ସଭାପତି କହିଛନ୍ତି । କଂଗ୍ରେସ ମଧ୍ୟ ଦୁଇ ଦଳକୁ କଡ଼ା ଟକ୍କର ଦେଇଛି । ଫଳାଫଳ କ’ଣ ହେବ ତାହା ଅଲଗା କଥା । କିନ୍ତୁ ଦକ୍ଷିଣ ଓ ଉପକୂଳରେ ଦଳ ଭଲ ପ୍ରଦର୍ଶନ କରିବାକୁ ଥିବାବେଳେ ପଶ୍ଚିମ ଓଡ଼ିଶାରେ ଆଶା ନଥିବା ନିରଞ୍ଜନ କହିଛନ୍ତି । ଏକଜିଟ୍ ପୋଲକୁ ସମ୍ପୁର୍ଣ୍ଣ ଭାବରେ ବିଶ୍ୱାସ କରି ହେବ ନାହିଁ । ମୋତେ ନେଇ ଏକଜିଟ ପୋଲ ଭୁଲ ଆକଳନ କରିଛନ୍ତି । ମୁଁ ଭଣ୍ଡାରୀପୋଖରୀରୁ ନିଶ୍ଚୟ ଜିତିବି କିନ୍ତୁ ଘସିପୁରାରୁ ହାରିଯାଇପାରେ ବୋଲି କହିଛନ୍ତି ନିରଞ୍ଜନ । ମେ ୨୩ରେ ଫଳାପଳ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here