ପାକିସ୍ତାନ ଭାରତକୁ ଅସ୍ଥିର କରିବା ପାଇଁ ବାରମ୍ବାର ଚେଷ୍ଟା କରୁଛି। କେବଳ ଯୋଜନା ନୁହେଁ—କାମରେ ମଧ୍ୟ ଦେଖାଉଛି। ପହଲଗାମ୍ ଆକ୍ରମଣ ପରେ ଭାରତ ଯେପରି କଡା ପ୍ରତିକ୍ରିୟା ଦେଇଥିଲା, ସେଥିରୁ ପାକିସ୍ତାନ ପାଇଁ ମେସେଜ୍ ସ୍ପଷ୍ଟ ଥିଲା। ଏବେ ପୁଣି ଡ୍ରୋନ୍ ଚକ୍ରାନ୍ତ କରୁଛି।
ଗତକାଲି ରାତିରେ ପଞ୍ଜାବର ଅମୃତସର ସୀମା ଅଞ୍ଚଳରେ ବିଏସଏଫ୍ ଯବାନମାନେ ଛଅ ଟି ପାକିସ୍ତାନୀ ନାର୍କୋ-ଡ୍ରୋନ୍କୁ ଗୁଳି କରି ଖସାଇଥିଲେ। ତଲାସିରେ ମୋଟ ପ୍ରାୟ ୨.୩୪ କିଲୋ ହେରୋଇନ୍ ମଧ୍ୟ ମିଳିଲା। ପୁଲମୋରନ୍ ଓ ରୋରାଁୱାଲା ଖୁର୍ଦ ଅଞ୍ଚଳରୁ ମିଳିଥିବା ଡ୍ରୋନ୍ଗୁଡ଼ିକ DJI Mavic 3 Classic ମଡେଲ୍ ଥିବା କୁହାଯାଇଛି।
ବିଏସଏଫ୍ କହିଛନ୍ତି ଡ୍ରୋନ୍ ଦ୍ୱାରା ନିଶାଦ୍ରବ୍ୟ ଓ ସନ୍ଦେହଜନକ ସାମଗ୍ରୀ ଭାରତକୁ ଠେଲିବା ଚେଷ୍ଟା ବଢ଼ିଛି; କିନ୍ତୁ ସୀମା ପହରା ମଜବୁତ ଅଛି, ତେଣୁ ପାକିସ୍ତାନ ର ଚକ୍ରାନ୍ତ ଧରାପଡ଼ୁଛି।












