ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବା ନେଇ ସୂଚନା । ଡାକ୍ତର ଟିମ୍ ସହ ଆଲୋଚନା ପରେ ସୂଚନା ଦେଲେ ପରିବାର ଲୋକ । ଏହା ପୂର୍ବରୁ ଡାକ୍ତରୀ ଟିମ୍ ସହିତ ଆଲୋଚନା କରିଥିଲେ ପୀଡ଼ିତାଙ୍କ ବାପା । ତେବେ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ୧୪ ଜଣିଆ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି । ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି ଡାକ୍ତରୀ ଟିମ୍ । ଅକ୍ସିଜେନ ସର୍ପୋଟରେ ରଖାଯାଇଥିଲେ ମଧ୍ୟ ପୀଡ଼ିତା କଥାବାର୍ତ୍ତା କରୁଛନ୍ତି । ଏହାସହ ମାନସିକ ଓ ଶାରୀରିକ ସ୍ତରରେ ଆଘାତ ଲାଗିଛି । ତାଙ୍କୁ ଏୟାରଲିଫ୍ଟ କରିବା ସମ୍ଭବପର ନୁହେଁ ବୋଲି ଏମ୍ସ ନିର୍ଦ୍ଦେଶକ କହିଥିଲେ ବି ବର୍ତ୍ତମାନ ଏୟାରଲିଫ୍ଟ କରାଯିବାର ସୂଚନା ଆସୁଛି । ସେପଟେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୮୦ ବିଏନଏସରେ ବୟାନ ରେକର୍ଡ କରାଯାଇଛି ।














