ଗିରଫ ହେଲେ ଅମରେଶ ଜେନା । ବାଲେଶ୍ୱରରୁ ବିଜେଡି ନେତାଙ୍କୁ ଗିରଫ କଲା ପୁଲିସ । ରାତିସାରା ଲକ୍ଷ୍ମୀସାଗର ପୁଲିସ କରିଥିଲା ରେଡ୍ । କାଲି 5 ଜଣ ସହଯୋଗୀ ଗିରଫ ହୋଇଥିଲେ । କର୍ପୋରେଟର୍‌ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ସଙ୍ଗିନ୍‌ ଅଭିଯୋଗ ଆସିଛି । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ କେସ୍‌ ନଂ-୩୯୪ରେ ବିଏନ୍‌ଏସ୍‌ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍‌ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଥିଲା । ପୁଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମାଇନା କରାଇବା ସହ ବିଏନ୍‌ଏସ୍‌ଏସ୍‌ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ କରିଛି ।

ଅନ୍ୟପକ୍ଷରେ ଅମରେଶଙ୍କୁ ଗିରଫ କରାଯିବା ପରେ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଛି । ଗିରଫ ପରେ ଅମରେଶ ଜେନା କହିଛନ୍ତି, ତାଙ୍କୁ ଅର୍ଚ୍ଚନା ନାଗ୍ ଫସେଇ ଦେଇଛି । ଅମରେଶଙ୍କ ପତ୍ନୀ କହିଛନ୍ତି, ତାଙ୍କ ସ୍ବାମୀ ରାଜନୈତିକ ଷଡଯନ୍ତ୍ରର ଶୀକାର ହୋଇଛନ୍ତି । ଅମରେଶଙ୍କୁ ଗିରଫ କରିବା ପୂର୍ବରୁ ତାଙ୍କୁ ଫେରାର କରିଥିବା ଅଭିଯୋଗରେ ପୋଲିସ ତାଙ୍କର ପାଞ୍ଚଜଣ ସାଙ୍ଗଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here