ଯେତିକି ଟିକା ଦରକାର, ରାଜ୍ୟ ସରକାରଙ୍କ ପାଖରେ ସେତିକି ଟିକା ନାହିଁ । ତେଣୁ କେନ୍ଦ୍ର ସରକାର ଦେଉଥିବା ଟିକା ପର୍ଯ୍ୟାପ୍ତ ହେଉ ନଥିବାରୁ ଏବେ କେବଳ ସରକାରୀ ହସପିଟାଲରେ ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ, ଏବେ ଯେତିକି ଟିକା ଆସିବ, ତାହା କେବଳ ଦ୍ବିତୀୟ ଡୋଜ୍ ପାଇଁ ଅପେକ୍ଷାରେ ଥିବା ଲୋକଙ୍କୁ ପ୍ରଦାନ କରାଯିବ । ପ୍ରଥମ ଡୋଜ୍ ପ୍ରତିଷେଧକ ଏବେ କାହାରିକୁ ଦିଆଯିବ ନାହିଁ । ପ୍ରଥମ ଡୋଜ୍ କେବଳ କୋଭିଡ ଯୋଦ୍ଧାଙ୍କୁ ଦିଆଯିବ । ଯେଉଁମାନେ ପୂର୍ବରୁ ଘରୋଇ ହସପିଟାଲରେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି, ସେମାନେ ଏବେ ସରକାରୀ ହସପିଟାଲରେ ଦ୍ବିତୀୟ ଡୋଜ୍ ମାଗଣାରେ ନେଇପାରିବେ । ସେହିପରି 18 ରୁ 44 ବର୍ଗରେ ଟିକା ନେବାକୁ ହେଲେ ସମସ୍ତଙ୍କୁ କୋଓ୍ବିନ ପୋର୍ଟାଲରେ ନାମ ପଂଜିକରଣ କରିବାକୁ ହେବ ।

LEAVE A REPLY

Please enter your comment!
Please enter your name here