ଓଡିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଏବଂ ବିଧାୟକମାନଙ୍କୁ ବୋକା ଭଳି ବୟାନ ଦେଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ପାଇଁ ଶନିବାର ବସିବ ଗୃହ କମିଟି । ରାଜ୍ୟ ସଚିବାଳୟରେ ଅପରାହ୍ନ ୪ଟାରେ ଏହି ବୈଠକ ବସିବାକୁ ଥିବାବେଳେ ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟ ନେଇ ବୈଠକରେ ତର୍ଜମା କରାଯିବ ବୋଲି ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ସୁଚନା ଦେଇଛନ୍ତି ।
କିଭଳି ଜଣେ ଅଣଓଡିଆ ହୋଇ ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଛନ୍ତି ଏବଂ ତାହା ସ୍ୱାଧିକାର ଭଙ୍ଗ କରିଛି ନା ନାହିଁ ସେନେଇ ତଦନ୍ତ କରାଯିବ । ତଦନ୍ତ କରି ଗୃହକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏହାପରେ ଅଭିଜିତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ତାହା ଉପରେ ତଦନ୍ତ ରିପୋର୍ଟକୁ ତର୍ଜମା କରି ଗୃହ ନିଷ୍ପତ୍ତି ନେବ ।
ଗଠନ ହୋଇଥିବା ୬ ଜଣିଆ ଗୃହ କମିଟିରେ ଅରୁଣ ସାହୁ, ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ଏବଂ କେ.ଭି ସିଂଦେଓ ସଦସ୍ୟ ରହିଛନ୍ତି । ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହା ଗଠନ କରାଯାଇଛି ।