ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଭାରତ ଋଷ୍ ଠାରୁ ଶସ୍ତାରେ ତେଲ କିଣି ତାହାକୁ ବିକ୍ରି କରି ପ୍ରଚୁର ଲାଭ କମାଉଛି । ଭାରତ ଉପରେ ପ୍ରତିଶୋଧମୂଳକ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ ।
ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି,ବିଶେଷକରି ଶୁଳ୍କ ମାମଲାରେ ଭାରତ ଆମକୁ ଲୁଟୁଛି । ସେମାନେ ଆମ ସାମଗ୍ରୀ ଉପରେ ଅତ୍ୟଧିକ ଶୁଳ୍କ ଲଗାଉଛନ୍ତି । ସେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସମାଲୋଚନା କରି କହିଛନ୍ତି, “ଆପଣ ଦେଖନ୍ତୁ, ଭାରତ ଋଷଠାରୁ ଶସ୍ତାରେ ତେଲ କିଣୁଛି, ତାହାକୁ ବିଶୋଧନ କରୁଛି ଏବଂ ପୁଣି ସେହି ତେଲକୁ ବିକ୍ରି କରି ବିପୁଳ ପରିମାଣର ଲାଭ ଅର୍ଜନ କରୁଛି ।













