ଦୃଶ୍ୟମାନ ହୋଇଛି ବାତ୍ୟା ଅସାନିର ଆଖି । ଆଜି ସକାଳ ୯ଟାରେ ମଛଲୀପାଟନମ ଡପ୍ଲର ରାଡାରରେ ଭୀଷଣ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି । ଗତ ୬ ଘଣ୍ଟା ଧରି ଦଶ କିଲୋମିଟର ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅସାନି । ଗୋପାଳପୁରଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୪୯୦ କିଲୋମିଟର ଦୂରରେ ରହିଛି । ସେହିପରି ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ରୀ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ନିକଟ ସମୂଦ୍ର ଭିତରେ ପହଁଞ୍ଚିବ । ଉତ୍ତର ଉତ୍ତର ପୂର୍ବ ଦିଗରେ ମୁହାଁଇବାର ସମ୍ଭାବନା ରହିଛି । ଏହା ଧିରେ ଧିରେ ଦୁର୍ବଳ ହେବ । ୨୪ ଘଣ୍ଟା ଭିତରେ ବାତ୍ୟାରେ ପରିଣତ ହେବ । ପରେ ଗଭୀର ଅବପାତ ହୋଇ ଅବପାତରେ ପରିଣତ ହେବ । ଓଡିଶା ସୀମା ଛୁଇଁବା ପୂର୍ବରୁ ଅସାନି ଅବପାତର ରୂପ ନେଇସାରିଥିବ । ଏହି ରୂପ ଧରି ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here