କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଥିବା ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତରେ ଆସିଛି ଏକ ବଡ଼ ଖୁଲାସା। ଆଜି ପ୍ରେସମିଟ୍‌ରେ ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି, ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ବିରୋଧରେ ପ୍ରଚୁର ପ୍ରମାଣ ମିଳିଛି। ଯୁବତୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍କାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ, ଆଜି କୋର୍ଟରେ ଉପସ୍ଥାପନ କରାଯାଇଛି। ତଦନ୍ତରେ ଜଣାପଡ଼ିଛି ଯେ ପ୍ରମୋଦ ପ୍ରଥମେ ଛାତ୍ରୀଙ୍କୁ ହ୍ବାଟସ୍‌ଆପ୍‌ରେ ଯୋଗାଯୋଗ କରିଥିଲେ ଏବଂ ୫ ଅଗଷ୍ଟରେ ପ୍ରାୟ ୫-୬ଥର ମେସେଜ୍ କରିଥିଲେ। ଜୁଲାଇ ୧୭ରେ ସେ ଛାତ୍ରୀଙ୍କ ବାପାଙ୍କୁ ଅଶ୍ଳୀଳ ଭିଡିଓ ପଠାଇଥିବା ମଧ୍ୟ ପ୍ରମାଣ ମିଳିଛି। ଅଭିଯୁକ୍ତ ଓ ଛାତ୍ରୀଙ୍କ ବାପାଙ୍କ ମୋବାଇଲ୍ ସିଜ୍ କରାଯାଇଛି।

ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି, ୧୭ ଜୁଲାଇରେ ପ୍ରମୋଦ କେବଳ ପୀଡିତାଙ୍କ ବାପାଙ୍କୁ ନୁହେଁ, ଆଉ ୪-୫ ଜଣଙ୍କୁ ମଧ୍ୟ ସେହି ଅଶ୍ଳୀଳ ଭିଡିଓ ପଠାଇଥିଲେ। ତଦନୁରେ ଅଭିଯୁକ୍ତଙ୍କ ମୋବାଇଲ୍‌ରୁ ପ୍ରାୟ ୬୦ଟି ଅଶ୍ଳୀଳ ଭିଡିଓ ମିଳିଛି। ଘଟଣା ଦିନ ସକାଳ ୭ଟା ୩୪ରେ ସେ ପୀଡିତାଙ୍କୁ ଫୋନ୍ କରିଥିବା ପ୍ରମାଣ ମଧ୍ୟ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପ୍ରମୋଦଙ୍କୁ ଧରାଯାଇଛି। ଏସ୍‌ପିଙ୍କ କହିବା ଅନୁଯାୟୀ, ଆଗାମୀ ୫ ଦିନ ମଧ୍ୟରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ଜଣା ପଡ଼ିଯିବ। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମାମଲା ସ୍ପଷ୍ଟ ହେବ।

LEAVE A REPLY

Please enter your comment!
Please enter your name here