ମୋଦୀଙ୍କ ଐତିହାସିକ ପଦକ୍ଷେପକୁ ନେଇ ଏବେ ସରଗରମ ରହିଛି ରାଜ୍ୟ ରାଜନୀତି। ସବୁଠି ଖୁସିର ମାହୋଲ । ସୋମବାର ଦିନ ୩୭୦ ଧାରା ଉଚ୍ଛେଦ ରାଜ୍ୟସଭାରେ ପାସ ହୋଇ ସାରିଛି । ରାଜ୍ୟ ସଭାରେ ପାରିତ ପରେ ଆଜି ଜାମ୍ମୁକାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଂଚଳ ରୂପେ ପୁର୍ନଗଠନ କରିବା ପାଇଁ ଲୋକସଭାରେ ଆଗତ କରିଛନ୍ତି ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା ।ୁ ରାଜ୍ୟସଭାରେ ଧାରା ୩୭୦ ବିଲ ଆଗତ ପରେ ,ହାର ସପକ୍ଷରେ ୧୨୫ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୬୧ଟି ଭୋଟ ମିଳିଥିଲା । ବିପକ୍ଷ ଦଳ ଗୃହରେ ହଟ୍ଟଗୋଳ ମଧ୍ୟ କରିଥିଲେ । କିନ୍ତୁ ଏହି ବିଲ ପାସ ନେଇ ବହୁଜନ ସମାଜ ପାର୍ଟି ଓ ଆମ ଆଦମୀ ପାର୍ଟିର ସମର୍ଥନ ମିଳିଛି । ଏହି ବିଲ ଅନୁସାରେ ଜାମ୍ମୁକାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇ ବିଧାନ ସଭା ଥିବା କେନ୍ଦ୍ରଶାସିତ ଅଂଚଳ ହୋଇଛି । ସେହିପରି ଲଦାଖ ଅଲଗା ହୋଇ ଏକ କେନ୍ଦ୍ରଶାସିତ ଅଂଚଳ ହୋଇଛି ।

LEAVE A REPLY

Please enter your comment!
Please enter your name here