ବରଗଡ଼ ନାବାଳିକା ମୃତ୍ୟୁ ମାମଲାରେ ନୂଆ ମୋଡ । ପୁଲିସ ଓ ପରିବାରଙ୍କ ବୟାନରେ ସ୍ପଷ୍ଟ ଅସମ୍ମତି ଦେଖାଦେଇଛି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ କହିଛନ୍ତି, ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି । କିନ୍ତୁ ମୃତ ପୀଡ଼ିତାଙ୍କ ମାମୁଁଙ୍କ କହିବା କଥା, ପରିବାରରେ କୌଣସି କଳହ ହୋଇନଥିଲା ।
ଘଟଣାର ଦୁଇଦିନ ପରେ ବି ସ୍ବତନ୍ତ୍ର ଟିମ୍ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହାଁନ୍ତି । ତେବେ ପାରିବାରିକ କଳହକୁ ନେଇ ସନ୍ଦେହ କରୁଛି ପୋଲିସ । କଳହ କାହିଁକି ହୋଇଥ୍ଲା ଏବଂ କଣ ପାଇଁ ନିଜକୁ ଜାଳିଲେ ଏ ସବୁ ପ୍ରଶ୍ନର ଉତ୍ତରର ସ୍ପଷ୍ଟୀକରଣ ମିଳୁନାହିଁ । ଏହା ମଧ୍ୟରେ ପୁଲିସ ପରିବାର ସଦସ୍ୟମାନଙ୍କୁ ପଚରାଉଚରା ଜାରି ରଖିଛି । ପୀଡ଼ିତାଙ୍କ ଭାଇଙ୍କୁ ମଧ୍ୟ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ବିଜେଡି ପକ୍ଷରୁ ବିରୋଧୀ ଦଳ ଏସପି କାର୍ଯ୍ୟାଳୟକୁ ଯାଇ ତଦନ୍ତ ଅଧିକାରୀଙ୍କୁ ଭେଟି ତୁରନ୍ତ ଅପରାଧୀକୁ ଧରିବାକୁ ଦାବି କରିଛି ।













