ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା. ନିଜସ୍ବ ପାଣ୍ଠିରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଏହି ପ୍ରସ୍ତାବକୁ ମଂଜୁରୀ ଦେଇଛି. ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ. ତେବେ ମୋଟ 32 ଲକ୍ଷ ହିତାଧିକାରୀଙ୍କ ପାଇଁ ଏହି ଯୋଜନା କରାଯାଇଥିବା ବେଳେ ଏଥିପାଇଁ ପ୍ରଥମ 6 ମାସରେ 220 କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଆକଳନ କରିଛନ୍ତି. 2018-19 ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ ଏଥିପାଇଁ ବ୍ୟୟ ବରାଦ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି. କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଥିବା ହିତାଧିକାରୀ ଚୟନ ନିୟମ ତୁଳନାରେ ରାଜ୍ୟ ସରକାର ଚୟନ ନିୟମ କୋହଳ କରିଛନ୍ତି. ଲୋକ ପ୍ରତିନିଧି କିମ୍ବା ସରକାରୀ ବରିଷ୍ଠ ଅଧିକାରୀଙ୍କ ସୁପାରିଶରେ ବାସଗୃହ ନଥିବା ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ. ସେହିପରି ଆଦିମ ଆଦିବାସୀ, ଅସହାୟ ମହିଳା, ବିଧବା, କିନ୍ନର, ଦିନମଜୁରିଆ, ଦୂରାରୋଗରେ ପୀଡିତ ଅସହାୟମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ.

LEAVE A REPLY

Please enter your comment!
Please enter your name here