ଆଜି ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପିଢ଼ି ପାଇଁ ୧ ଲକ୍ଷ କୋଟି ଟଙ୍କାର ‘ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା’ ଆରମ୍ଭ କରିଛନ୍ତି । ଏହାର ମାଧ୍ୟମରେ ୩.୫ କୋଟି ନୂତନ ନିଯୁକ୍ତି ସୁଯୋଗ ମିଳିବ ଓ ପ୍ରଥମ ଚାକିରି ପାଇଥିବା ପିଲାଙ୍କୁ ୧୫,୦୦୦ ଟଙ୍କା ସହାୟତା ମିଳିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା’ ଦେଶର ଯୁବମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟରତ ରହିଛି ମହିଳାମାନଙ୍କୁ ‘ଲଖପତି ଦିଦି’ ଯୋଜନାରୁ ଲାଭ ମିଳୁଛି । ଏହି ନୂଆ ପଦକ୍ଷେପ ବେକାରୀ ସମସ୍ୟାକୁ କମେଇବ ଓ ସମସ୍ତଙ୍କୁ ଆଗକୁ ବଢାଇବ।

LEAVE A REPLY

Please enter your comment!
Please enter your name here