ରାଉରକେଲା-ଝାଡ଼ଖଣ୍ଡ ସୀମାରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଚାଇବାସା ଗୋଏଲକେରା ଥାନା ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଅଭିଯାନରେ ଚାଇବାସା ପୋଲିସ ଓ କୋବ୍ରା ବାଟାଲିୟନ ପୋଲିସ ଙ୍କୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ୪ଟି ଏସଏଲଆର ରାଇଫଲ, ୫୨୭ଟି କାରତୁସ, ଡେଟୋନେଟର, ୧୦ଟି ମାଗାଜିନ ଏବଂ ନକ୍ସଲମାନଙ୍କ ଦୈନନ୍ଦିନ ସାମଗ୍ରୀ ସୁରକ୍ଷାକର୍ମୀମାନେ ହାତକୁ ପକାଇଛନ୍ତି। ଜବତ ହୋଇଥିବା ରାଇଫଲଗୁଡ଼ିକ ପୂର୍ବରୁ ପୁଲିସଠାରୁ ଲୁଟିନିଆଯାଇଥିଲା। ଏହି ଅଭିଯାନରେ ଚାଇବାସା ପୋଲିସ ଓ କୋବ୍ରା ବାଟାଲିୟନ ହୋଇଥିଲେ ।














