ରବିବାର ଦିନ ଭୁବନେଶ୍ୱରରେ ପହଁଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଞ୍ଚିବା ପରେ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଥିଲା ।

ଅକ୍ଟୋବରରେ ହେବାକୁ ଥିବା ଚାମ୍ପିଆନ୍ସ ଟ୍ରଫି ପ୍ରସ୍ତୁତି ପାଇଁ ଖେଳାଳିମାନେ ରାଜଧାନୀରେ ପହଁଞ୍ଚିଛନ୍ତି । ଏହି ୨୫ ଜଣିଆ ସାମ୍ଭାବ୍ୟ ଟିମରେ ଜଣେ ହେଲେ ବି ଓଡିଆ ଖେଳାଳି ସ୍ଥାନ ପାଇନାହାନ୍ତି । ହକି ବିଶ୍ୱକପ ଆୟୋଜନ ପାଇଁ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟ ଚାଲିଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ କମିଶନରେଟ ପୋଲିସ୍ ପକ୍ଷରୁ କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here