ସିବିଆଇ ଟାର୍ଗେଟରେ ଅନିଲ ଅମ୍ବାନୀ । ପ୍ରଥମେ ଇଡି ଖୋଳତାଡ କରିବା ପରେ ଏବେ ସିବିଆଇ ତାଙ୍କ ଘରେ ତଲାଶି କରୁଛି । ୧୭,୦୦୦ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ସକାଳ ୭ଟାରୁ ତାଙ୍କ ଘରେ ରେଡ୍ ଆରମ୍ଭ କରିଥିଲା । ୭–୮ ଜଣ ଅଧିକାରୀ ଏହି ଚଢାଉରେ ସାମିଲ ହୋଇଥିବା ଜଣାପଡିଛି । ଏହି ସମୟରେ ଅନିଲ ତାଙ୍କ ପରିବାର ସ‌ହିତ ଘରେ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଅନିଲ ଅମ୍ବାନୀଙ୍କୁ ଇଡି ପଚରାଉଚରା କରିଥିଲା । ୧୭,୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ତଦନ୍ତ ସହିତ ଜଡିତ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଏବଂ ଏମଡି ଅନିଲ ଅମ୍ବାନୀଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିଲା । ଏହା ପୂର୍ବରୁ ମଧ୍ୟ ଇଡି ଅନିଲ ଅମ୍ବାନୀଙ୍କ ସହ ଜଡିତ ବ୍ୟବସାୟିକ ସଂସ୍ଥା ଉପରେ ଚଢାଉ କରିଥିଲା । ଇଡି ରିଲାଏନ୍ସ ଗ୍ରୁପ୍ ସହ ଜଡିତ ୫୦ଟି ବ୍ୟବସାୟିକ ସଂସ୍ଥା ଏବଂ ୨୫ ଜଣଙ୍କ ଠିକଣାରେ ଚଢାଉ କରିଥିଲା । ଏହି ଚଢାଉ ମୁମ୍ବାଇର ଅତି କମରେ ୩୫ଟି ସ୍ଥାନରେ ଗତ ୨୪ ଜୁଲାଇରେ ହୋଇଥିଲା ।

ଚଢ଼ାଉ ପୂର୍ବରୁ ସିବିଆଇ ଦୁଇଟି ଏଫଆଇଆର ପଞ୍ଜିକୃତ କରିଥିଲା । ବର୍ତ୍ତମାନ ସିବିଆଇ ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ତଦନ୍ତି କରୁଛି । ୨୦୧୭–୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କରୁ ଅନିଲ ଅମ୍ବାନୀଙ୍କ କମ୍ପାନୀଗୁଡ଼ିକୁ ବେଆଇନ ଭାବରେ ଋଣ ପ୍ରଦାନ ହୋଇଥିଲା । ଇଡି ସୂତ୍ର ଅନୁସାରେ ଋଣ ଅନୁମୋଦନ ପୂର୍ବରୁ ୟେସ୍ ବ୍ୟାଙ୍କର ପ୍ରମୋଟରମାନେ ଅମ୍ବାନୀଙ୍କ କମ୍ପାନୀରୁ ବିଶାଳ ଅର୍ଥ ପାଇଥିଲେ । ଏହାକୁ ଲାଞ୍ଚ ସନ୍ଦେହରେ ତଦନ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here